ମୋ ଅନୁଷ୍ଠାନ ସଭାପତିଙ୍କୁ ମିଳିଲା ଶ୍ରେଷ୍ଠ ସଙ୍ଗଠକ ସମ୍ମାନ

 

ବାଲେଶ୍ଵର, (ନାଗରାଜ ନ୍ୟୁଜ): ମୋ ଅନୁଷ୍ଠାନ ସଭାପତି ନାରାୟଣ ଚନ୍ଦ୍ର ସେନାପତିଙ୍କୁ କଳ୍ପନା ସାହିତ୍ୟ, ସାଂସ୍କୃତିକ ସାମାଜିକ ସଂସଦ ତରଫରୁ ମିଳିଲା ଶ୍ରେଷ୍ଠ ସଂଗଠକ ସମ୍ମାନ । ଗତକାଲି କଟକ ଠାରେ ହୋଇଛନ୍ତି ସମ୍ବର୍ଦ୍ଧିତ । ଶ୍ରୀ ସେନାପତିଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ଅଧିବେଶନରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମାନନୀୟ ତରୁଣ କୁମାର ସାହୁଙ୍କ ଦ୍ୱାରା ଉଦଘାଟନ ଏ ସଭାରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳାୟ, ଓଡିଶା, କଟକର ଉପ ନିର୍ଦ୍ଦେଶକ ଅଜୟ କୁମାର ପଣ୍ଡା ମୁଖ୍ୟ ଅତିଥି ଥିବାବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଉମାଶାଙ୍କର ମିଶ୍ର ମୁଖ୍ୟବକ୍ତା ଭାବେ ମଞ୍ଚ ମଣ୍ଡନ କରିଥିଲେ । ସାହିତ୍ୟିକା ଶୋହାଗିନୀ ନନ୍ଦ ବରେଣ୍ୟ ଅତିଥି ଥିବାବେଳେ ସୁସାହିତ୍ୟିକା ମାନସୀ ବେହୁରା ଓ ବନ୍ଦନା ନାୟକ ସମ୍ମାନିତ ଅତିଥି ଭାବେ ମଞ୍ଚା ସୀନ ହୋଇଥିଲେ । ଅତିଥି ଅଧିକାରୀଙ୍କ ଦ୍ୱାରା ସାହିତ୍ୟ କ୍ଷେତ୍ରରେ ସମସ୍ୟା ଓ ପ୍ରତିକାର ଆଦି ଆଲୋଚନା ପରେ ଶ୍ରୀ ସେନାପତିଙ୍କ ଦ୍ୱାରା ଭାଷା ସାହିତ୍ୟ ସଂସ୍କୃତି ସମାଜର ବିକାଶ ଦିଗ ବ୍ୟାଖ୍ୟା ଓ କଳ୍ପନାର ବିଶ୍ଳେଷଣ ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ତତ୍ପରେ ମୁଖ୍ୟ ଅତିଥିଙ୍କୁ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ଦ୍ଵାରା ସମ୍ବର୍ଦ୍ଧନା କରାଯାଇଥିଲା । ମୁଖ୍ୟ ଅତିଥି ସମେତ ସମସ୍ତ ମଞ୍ଚସୀନ ଅତିଥିଙ୍କ ଦ୍ୱାରା ମୋ ଅନୁଷ୍ଠାନ ସଭାପତି ଓ ସୁନ୍ଦର ମୋ ଭାଷା ସାହିତ୍ୟ(ଅନନ୍ୟା), ଜମ୍ଭରା, କେନ୍ଦୁଝରର ସମ୍ପାଦକ ଶ୍ରୀ ସେନାପତିଙ୍କୁ ଶ୍ରେଷ୍ଠ ସଂଗଠକ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ଅନନ୍ୟାର ଯୁଗ୍ମ ସମ୍ପାଦକ ନୃସିଂହାନନ୍ଦ ମହାପାତ୍ର, ଫୁଲବାଣୀ, ଅନନ୍ୟାର ଜନୈକା ଉପଦେଷ୍ଟା ମାନସୀ ବେହୁରା, ଅନନ୍ୟାର ସମ୍ପାଦନ ମଣ୍ଡଳୀ ସଦସ୍ୟ ଅଂଶୁମାନ ସ୍ୱାଇଁ ଓ ବେଣୁଧର ସୂତାର ତଥା ଅନନ୍ୟା ସଂସଦ ଅନ୍ତର୍ଭୁକ୍ତ ରଞ୍ଜନ କୁମାର ମହାନ୍ତି ସମେତ ମୋଟ ୨୫ ଜଣ ପ୍ରତିଭାଙ୍କୁ ମାନପତ୍ର, ଉପଢୌକନ, ମୁଖପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ଉତ୍ସବରେ କଳ୍ପନା ମୁଖ୍ୟ ସମ୍ପାଦିକା ମନୋଜ ମଞ୍ଜରୀ ଦେଓଙ୍କ ଗୀତି କବିତା ସହ କେତେକ କବିତା ପଠନ ଓ ସଂଗୀତ ଗାନ ସଭିଙ୍କୁ ଆନନ୍ଦ ଦେଇଥିବାବେଳେ ଶେଷରେ ସମ୍ପାଦକ ଗୋପାଳ ଚନ୍ଦ୍ର ଜେନାଙ୍କ ଦ୍ୱାରା ଅନୁସ୍ତଗଣ ବାର୍ତ୍ତା ଓ ଅଶ୍ୱିନୀ ସେଠୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇ ସଭାସାଙ୍ଗ କରାଯାଇଥିଲା ।

Leave a Reply

Your email address will not be published.