ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ, ସୂଚନା ଦେଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଆସନ୍ତା ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ଅଫଲାଇନ୍ ରେ କ୍ଲାସରେ ବସି ପାଠ ପଢ଼ି ପାରିବେ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ, ଦୀର୍ଘ ୨୧ ମାସ ପରେ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଖୋଲିବ । ଛାତ୍ରଛାତ୍ରୀ ମାନେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ଆଦିକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ହୋଇଛି । ଫଳରେ ଅଭିଭାବକଙ୍କ ଅନୁମତି କ୍ରମେ ଛାତ୍ରଛାତ୍ରୀ କ୍ଲାସ ରୁମ୍‌ରେ ବସି ପାଠ ପଢି ପାରିବେ । ସକାଳ ୯ଟାରୁ ୧୨ ପର୍ୟ୍ୟନ୍ତ କ୍ଲାସ୍ ହେବା ନେଇ ମଧ୍ୟ ଘୋଷଣା ହୋଇଛି । ଦଶମ ଶ୍ରେଣୀ ନିମନ୍ତେ ଜାନୁଆରି ୫ରୁ ୮ ପର୍ୟ୍ୟନ୍ତ ସମେଟିଭ୍‌-୧ ପରୀକ୍ଷା ହେବାକୁ ଥିବା ସେହି ବିଦ୍ୟାଳୟଗୁଡ଼ିକ ଛୋଟ ପିଲାଙ୍କ ଜାନୁଆରି ୧୦ରୁ ଖୋଲିବ । ତେବେ ସବୁ ସ୍କୁଲ ସକାଳ ୯ରୁ ୧୨ଟା ପର୍ୟ୍ୟନ୍ତ ଖୋଲା ରହିବ । ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ । ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବାବଦ ଡ୍ରାଏ୍‌-ରାସନ ପୂର୍ବ ଭଳି ଘରକୁ ଯୋଗାଇ ଦିଆଯିବ । ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ ଏସଓପି ବିଭାଗ ଦ୍ଵାରା ଜାରି କରାଯିବ ।ରାଜ୍ୟରେ ୨୭ ହଜାର ସ୍କୁଲ ନୂଆବର୍ଷ ରୁ ଖୋଲିବାକୁ ଯାଉଥିବା ବେଳେ କରୋନା ଗାଇଡ଼ଲାଇନ୍ କୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

Leave a Reply

Your email address will not be published.