ପାଣି ପାଇଁ ପ୍ରକଳ୍ପରେ ତାଲା

କଟକ: ଖରା ଯେତିକି ତତାଉଛି ପାନୀୟ ଜଳ ଅଭାବ ସେତିକି ଘନଉଛି । ଅନ୍ୟପଟେ କୋଭିଡ ଆହୁରି କନ୍ଦାଉଛି । କୋଭିଡ କଟକଣା ଯୋଗୁଁ ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ସଚେତନ କରାଯାଉଥିବା ବେଳେ ଲୋକେ ପିଇବା ପାଣି ପାଇଁ ଘରଠୁ ମାଇଲ ମାଇଲ ଦୂରକୁ ଯିବାକୁ ପଡୁଥିବା ଅଭିଯୋଗ ହୋଇଛି । ଏନେଇ ସରପଞ୍ଚଠୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ କୈାଣସି ଫଳାଫଳ ମିଳିପାରି ନାହିଁ । ଏପରିକି ସରପଞ୍ଚ ପାଣି ଯୋଗାଇଦେବା ବଦଳରେ ମହିଳାଙ୍କୁ ଅଶାଳୀନତା ବ୍ୟବହାର କରୁଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

ଏଭଳି ପରିସ୍ଥିତିରେ ଆଜି ବାଧ୍ୟ ହୋଇ ବାଙ୍କୀ ଡମପଡା ପଂଚାୟତର ଡମପଡା ଖଣ୍ଡାୟତ ସାହିର ଅନେକ ମହିଳା ଏକାଠି ହୋଇ ସ୍ଥାନୀୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ପମ୍ପ ହାଉସରେ ତାଲା ପକାଇଛନ୍ତି । ସେମାନଙ୍କର ଦାବି ଆମକୁ ପିଇବା ପାଣି ଯୋଗାଇଦିଆଯାଉ । ନଚେତ ଅଗାମି ଦିନରେ ଆନ୍ଦୋଳନ ଜୋରଦାର କରାଯିବା ସହିତ ପମ୍ପ ହାଉସ ଗୁଡିକରେସଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ପଡି ରହିବ ବୋଲି ଦେଲେ ଚେତାବନୀ ଦେଇଛନ୍ତି ଉତ୍ୟକ୍ତ ଲୋକେ।

Leave a Reply

Your email address will not be published.