ରେଙ୍ଗାଲଜୁରୀ ଜୟତରୁଣ ଯୁବକ ସଂଘ ପକ୍ଷରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାଟଣାଗଡ଼,(ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ଜୟତରୁଣ ଯୁବକ ସଂଘ ପକ୍ଷରୁ ବୁଧବାର ପବିତ୍ର ୭୩ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଯୁବକ ସଂଘ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୈାଶଲ୍ୟା ଫାଉଣ୍ଡେସନ ରେଙ୍ଗାଲଜୁରୀ ଓ ଓଟିଏସଏ ପାଟଣାଗଡ଼ର ସଭାପତି ତଥା ସ୍ଵେଚ୍ଛାସେବୀ ସଞ୍ଜୀବ କୁମାର ପୁଟେଲ, ସାମ୍ବାଦିକ ଗୋରେଖନାଥ ବରିହା, ପୂର୍ବତନ ନାଏବ ସରପଞ୍ଚ, କୁରେଶ୍ଵର ବରିହା ଓ ସ୍ଵେଚ୍ଛାସେବୀ ବିପିନ ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଯୁବ ସ୍ଵେଚ୍ଛାସେବୀ ଶମ୍ଭୁ ପ୍ରସାଦ ଘିଭେଲା, ଜୟତରୁଣ ଯୁବକ ସଂଘର ସଭାପତି ଘାସିରାମ ମଲ୍ଲିକ, ସଂପାଦକ ଜଗନ୍ନାଥ ବରିହା, ସଦସ୍ୟ ନିମାଇଁ ଚରଣ ଷ୍ଟାଣ୍ଢ, ଆନ୍ଦନ ପୁଟେଲ, ଅନିରୁଦ୍ଧ ବରିହା, ଶୁଶାନ୍ତ ରାଉତ, ଜନକ ବରିହା, ବିଶ୍ଵ ପୁଟେଲ, ବୈକୁଣ୍ଠ ସାହୁ, ଅମିର ବରିହା, ନରୋତ୍ତମ ପୁଟେଲ, ନବଦୀପ ମଲ୍ଲିକ, ନବୀନ ମଲ୍ଲିକ, ଅଚ୍ଚିତ ପୁଟେଲ, ନୀତିଶ ମଲ୍ଲିକ, ଶୀବୁ ମଲ୍ଲିକ, ବସୁବରିହା ଓ ପିଣ୍ଟୁ ବରିହାଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.