ବାଙ୍କୀରେ ପୌର ନିର୍ବାଚନ ଉଷ୍ମତା

ବାଙ୍କୀ, (ନାଗରାଜ ନ୍ୟୁଜ): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି । ତିନି ପ୍ରମୁଖ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ଏନେଇ ପ୍ରଚାର ଜୋରଦାର ହେବାରେ ଲାଗିଛି । ପାର୍ଥିମାନେ ଲୋକଙ୍କ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରୁଛନ୍ତି । କିପରି ନିର୍ବାଚନି ମୈଦାନ ପାର ହେବେ ସେନେଇ ପ୍ରଚାର ପ୍ରସାର ଜୋରଦାର ଚାଲିଛି । ସମସ୍ତେ ପ୍ରତିଶୃତି ଦେଉଛନ୍ତି ବାଙ୍କୀର ତଥା ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ । ଏଥର କିନ୍ତୁ ପ୍ରଚାର ପ୍ରସାରରେ ସବୁଠାରୁ ଆଗରେ ବିଜେଡି ରହିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published.