ପ୍ରକାଶ ପାଇଲା ପ୍ରତିଯୋଗିତାର ଫଳାଫଳ

ଖଇରା,(ନାଗରାଜ ନ୍ୟୁଜ): ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ଅନ୍ୟ ଏକ ଅଙ୍ଗ ” ଆମେ ଭାରତବାସୀ ” ଗୃପରେ ରବିବାର ଦିନ ହୋଇଥିବା ରାଜ୍ୟ ସ୍ତରୀୟ ଗଳ୍ପ/ ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ଯାହାର ପ୍ରସଙ୍ଗ ଥିଲା- ମନ୍ଦିର ଗାତ୍ରରେ ନଗ୍ନ ମୂର୍ତ୍ତି କାହିଁକି ? ଯାହାହେଉ ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ସୁନ୍ଦର ସୁନ୍ଦର ପ୍ରବନ୍ଧ ଲେଖି ଅଂଶ ଗ୍ରହଣ କରିଥିଲେ । ସମସ୍ତ ଲେଖାଗୁଡିକୁ ୪ ଜଣିଆ ସମୀକ୍ଷା ମଣ୍ଡଳୀ ଅର୍ଥାତ୍ ସୁଜାତା ଦାସ ମହାନ୍ତି, କଟକ, ବାସନ୍ତୀ ଲତା ଜେନା, ନବରଙ୍ଗପୁର, ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର ଓ ମମତାମୟୀ ବିଶ୍ୱକଲ୍ୟାଣୀ ରାଉତ, କେନ୍ଦୁଝର ପ୍ରମୁଖ ସମୀକ୍ଷା କରିଥିଲେ ।

ସେମାନଙ୍କ ସମୀକ୍ଷାରୁ ତେଜସ୍ବିନୀ ସାମଲ, କେନ୍ଦ୍ରାପଡା ପ୍ରଥମ, ଶୁଚିସ୍ମିତା ମିଶ୍ର, ନୟାଗଡ଼ ଦ୍ବିତୀୟ ଓ ଅରୁଣ କୁମାର ମହାପାତ୍ର, ଗଞ୍ଜାମ ଯେ କି ଏବେ ତେଲେଙ୍ଗାନାରେ କାର୍ଯ୍ୟରତ ଅଛନ୍ତି ସେ ତୃତୀୟ ସ୍ଥାନ ଅଧିକାରିବାରେ ସକ୍ଷମ ହୋଇଛନ୍ତି । ତେଣୁ ଉନ୍ନତ ସାହିତ୍ୟ ପ୍ରତିଭା ନିମନ୍ତେ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛି ।

Leave a Reply

Your email address will not be published.