ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ଜଗତସିଂହପୁର

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଗତ ତା ୨୨/୪/୨୦୨୨ ରିଖ ଥିଲା ବିଶ୍ବ ଧରିତ୍ରୀ ଦିବସ । ଏହି ଦିବସ ଉପଲକ୍ଷେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଶୀର୍ଷକ ଥିଲା – ବିଶ୍ବ ଧରିତ୍ରୀ ଦିବସ । ଯେଉଁମାନେ ଶୀର୍ଷକ ମୁତାବକ ଲେଖା ପଠାଇ ଥିଲେ ସେମାନଙ୍କ ଲେଖାକୁ ବିଚାରରକୁ ନିଆଯାଇଥିଲା । ତେଜସ୍ୱିନୀ ସାମଲ(କେନ୍ଦ୍ରାପଡା), ଅନ୍ନପୂର୍ଣ୍ଣା ସାହୁ(ଖୋର୍ଦ୍ଧା), ସଂହିତା ଜେନା(ଜଗତସିଂହପୁର) ପ୍ରମୁଖ ବିଭିନ୍ନ ଜିଲ୍ଲାରୁ ସାହିତ୍ୟ ସାଧିକା/ସାଧକମାନେ ଭାଗନେଇଥିଲେ । ସମୀକ୍ଷା ଦାୟିତ୍ୱରେ ଥିଲେ ବାଲେଶ୍ଵର ଜିଲ୍ଲା ବାଲିଆ ଠାରେ ଥିବା ଶିଶୁ ମନ୍ଦିର ଆଚାର୍ଯ୍ୟା ଓ ସୁ ସାହିତ୍ୟିକା ତାନଶ୍ରୀ ପାଣିଗ୍ରାହୀ । ଯାହାର ଫଳାଫଳ ଅନୁଷ୍ଠାନ ଦ୍ବାରା ପ୍ରକାଶ ପାଇଛି । ଏଥିରେ ଜଗତସିଂହପୁର ଜିଲ୍ଲା ବାସନ୍ଦରା ଅଞ୍ଚଳର ଶିକ୍ଷୟିତ୍ରୀ ଏବଂ ସୁସାହିତ୍ୟିକା ସଂହିତା ଜେନା ପ୍ରଥମ ସ୍ଥାନ ଅଧିକାର କରି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣି ଥିବାରୁ ସବୁମହଲରୁ ଶ୍ରୀମତୀ ଜେନାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏଥିପାଇଁ ପ୍ରମାଣ ପତ୍ର ସହିତ କିଛି ପୁରସ୍କାର ରାଶି ରହିଛି, ଯାହା ଚଳିତ ବାର୍ଷିକ ଉତ୍ସବରେ ପ୍ରଦାନ କରାଯିବ । ଉକ୍ତ ଉତ୍ସବରେ ଉପସ୍ଥିତ ହୋଇ ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ନିଜର ପ୍ରାପ୍ୟ ଗ୍ରହଣ କରି ଆତ୍ମସନ୍ତୋଷ ଲାଭ କରିବାକୁ ଶ୍ରୀମତୀ ଜେନାଙ୍କୁ ମୋ ଅନୁଷ୍ଠାନ ପରିବାର ତରଫରୁ ଅନୁରୋଧ କରାଯାଇଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.