ସାପ୍ତାହିକ କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ହେଲେ ଯାଜ୍ଞସେନୀ ପଣ୍ଡା

 

ବାଲେଶ୍ୱର, (ନାଗରାଜ ନ୍ୟୁଜ): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା,ବାଲେଶ୍ୱର ଫେସବୁକ୍ ଗୃପ୍ ଦ୍ୱାରା ଅନୁଷ୍ଠିତ ରାଜ୍ୟସ୍ତରୀୟ ସାପ୍ତାହିକ କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ପ୍ରସଙ୍ଗ ଉପରେ ଧାର୍ୟ୍ୟ ସମୟ ମଧ୍ୟରେ ଆସିଥିବା ଲେଖା ଗୁଡିକୁ ଗ୍ରହଣ କରାଯାଇଥିଲା । ନିର୍ଦ୍ଦିଷ୍ଟ ୪୦୫ ଶବ୍ଦ ମଧ୍ୟରେ ଲେଖା ପଠାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ଯେଉଁମାନଙ୍କ ଲେଖା ଶବ୍ଦ ବାହାରେ ଥିଲା ସେମାନଙ୍କୁ ବାଦ ଦିଆଯାଇ ଫଳାଫଳ ଘୋଷଣା କରାଯାଇଛି । ଏମାନଙ୍କ ମଧ୍ୟରୁ ବୃହତମ ଲେଖା ଗୁଡିକୁ ବିଚାରକୁ ନିଆଯାଇ ନାହିଁ । ସମସ୍ତ ଲେଖାଗୁଡିକୁ ସମୀକ୍ଷା କରିଥିଲେ ଶ୍ରୀରାମପୁର, ଯାଜପୁରର ସୁ- ଲେଖିକା ଓ ସୁ- କବୟିତ୍ରୀ ସରସ୍ୱତୀ ପଣ୍ଡା । ପ୍ରତିଯୋଗୀଙ୍କ ପାଇଁ ୩୫ ପର୍ଯ୍ୟାୟ ପ୍ରସଙ୍ଗ ଥିଲା କ୍ଷୁଦ୍ରଗଳ୍ପ ” ଛତା ” ।

ଏଥିରେ ବିଭିନ୍ନ ଜିଲ୍ଲାରୁ ଯଥା- ଯାଜ୍ଞସେନୀ ପଣ୍ଡା, ରଞ୍ଜୁଲତା ପାଢ଼ୀ, ଭାରତୀ ସାହୁ,  ରଞ୍ଜିତା ସାହୁ, ମମତାରାଣୀ ଶତପଥୀ, ଛବିରାଣୀ ପତି ଓ ଦେବେନ୍ଦ୍ର ନାୟକ ମୋଟ ୭ ଜଣ ଭାଗନେଇଥିଲେ । ସେଥିମଧ୍ୟରୁ ଯାଜ୍ଞସେନୀ ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରି ଆତ୍ମସନ୍ତୁଷ୍ଟ ଲାଭ କରିଥିବା ବେଳେ ରଞ୍ଜିତା ସାହୁ ଦ୍ୱିତୀୟ ସ୍ଥାନ ଓ ଦେବେନ୍ଦ୍ର ନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଅପେକ୍ଷାର ଫଳ ମିଠା ହୋଇଥାଏ କିନ୍ତୁ ଧର୍ୟ୍ୟର ସହିତ ଅପେକ୍ଷା କରିବାକୁ ପଡିବ । ଅଧର୍ଯ୍ୟରେ ଭଗବାନ ଅଶାନ୍ତି ହୋଇଥାନ୍ତି । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ସାହିତ୍ୟ ପ୍ରତି ମନରେ ଆଗ୍ରହ ଓ ଉତ୍ସାହ ରଖିଲେ ଆହୁରି ଆଗକୁ ବଢିହେବ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published.