ଟ୍ରେନରୁ ଚୋରି କରିଥିବା ଲୁଟେରା ଗିରଫ

ପୁରୀ, (ନାଗରାଜ ନ୍ୟୁଜ): ଟ୍ରେନରୁ ଚୋରି କରିଥିବା ଲୁଟେରା ଗିରଫ । ଟଙ୍କା ସହ ସୁନାମୁଦି ଜବତ କଲା ଜିଆରପି ପୋଲିସ । ଘଟଣାରୁ ପ୍ରକାଶଯେ, ଗତ ୨୨ ତାରିଖରେ ଝାଡ଼ଖଣ୍ଡର ସ୍ନେହ କୁମାର ତାଙ୍କ ପରିବାର ସହ ତପସ୍ଵିନୀ ଟ୍ରେନ ଯୋଗେ ଭୁବନେଶ୍ୱର ଆସୁଥିଲେ । ଅନ୍ୟମନସ୍କ ବଶତଃ ତାଙ୍କ ବ୍ୟାଗଟି ତପସ୍ଵିନୀ ଟ୍ରେନରେ ଛାଡ଼ିଦେଇ ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇଯାଇଥିଲେ । ପରେ ତାଙ୍କର ମନେ ପଡ଼ିବାରୁ ଭୁବନେଶ୍ୱର ଜିଆରପି ପୋଲିସ କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗରେ ଲିଖିତ ଥିଲା ଉକ୍ତ ବ୍ୟାଗରେ ୫୦ ହଜାର ଟଙ୍କା ଏବଂ ସୁନା ମୁଦି ଥିଲା । ତପସ୍ଵିନୀ ଟ୍ରେନଟି ପୁରୀ ଚାଲି ଆସିଥିବାରୁ ଭୁବନେଶ୍ୱର ଜିଆରପି ପୋଲିସ ପୁରୀ ଜିଆରପି ପୋଲିସର ସହାୟତା ଲୋଡ଼ିଥିଲେ । ପୁରୀ ଜିଆରପି ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଆଜି ଉକ୍ତ ବ୍ୟାଗକୁ ନିଜ କବଜାରେ ନେଇଥିବା ସମ୍ବଲପୁରର ମକର ଧୋଜ ବଢେଇକୁ ପୁରୀରୁ ଗିରଫ କରିଛନ୍ତି । ତାଙ୍କ ଠାରୁ ନଗଦ ୨୩ ହଜାର ଟଙ୍କା ଏବଂ ସୁନା ମୁଦି ଜବତ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published.