ଏସସିବି ଦେଲା ନୂଆ ଜୀବନ

କଟକ, (ନାଗରାଜ ନ୍ୟୁଜ): ବାଲିଝର ଗ୍ରାମର ୯ ବର୍ଷର ଝିଅ ମଞ୍ଜୁଳା । ନାଗ ସାପ ଦଂଶନ ପରେ ଅସହ୍ୟ ଯନ୍ତ୍ରଣାରେ ପୀଡ଼ିତ ଥିଲା । କୁନି ଝିଅର ହାତ ଭଲହେବାକୁ ଲାଗିଛି । ଜୁଲାଇ ୧୪ ତାରିଖରେ ମଞ୍ଜୁଳା କଟକ ଏସସିବିକୁ ଅଧିକ ଚିକିତ୍ସା ପାଇଁ ଆସିଥିଲା । ସୂଚନା ମୁତାବକ ଏସସିବିରେ ପ୍ଲାଷ୍ଟିକ ସର୍ଜିରି ଏଚଓଡି ବିଭୁତ ନାୟକଙ୍କ ତତ୍ତ୍ୱାବଧାନରେ ଏହି ଅପରେସନ କରାଯାଇଥିଲା । ଏହି ଅପରେସନ ଫେଜ ଓୟାଇଜ କରାଯାଇଥିଲା । ଡାକ୍ତରମାନଙ୍କ ଆପ୍ରାଣ ଉଦ୍ୟମରେ ସାପ ଦଂଶନ ଦ୍ୱାରା ନଷ୍ଟ ହୋଇ ଆସୁଥିବା ଡାହାଣ ହାତଟିକୁ ପୁନର୍ବାର ଭଲ କରାଯାଇଛି ।

ଶିଶୁ କନ୍ୟାଟିର ଅପରେସନ ପରେ ପ୍ଲାଷ୍ଟିକ ସର୍ଜରି ବିଭାଗର ଡାକ୍ତରମାନେ ତିକ୍ଷ୍ଣ ନଜର ରଖିଥିଲେ । ତେବେ ଶିଶୁ କନ୍ୟାଟି ସୁସ୍ଥ ଅଛି । ଡାହାଣ ପଟ ହାତଟି ୨୫ ପ୍ରତିଶତ କାମ କରୁଛି । ତେବେ ଡାହାଣ ହାତର ଗୋଟେ ଆଙ୍ଗୁଳି ହରେଇବାକୁ ପଡିଛି ମଞ୍ଜୁଳାକୁ । ଫିଜିଓ ଥେରାପି କଲେ ହାତଟି ଆଗଭଳି ଭଲ ହୋଇଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ବୁଧବାର ଅର୍ଥାତ ଆସନ୍ତା କାଲି ଏସସିବିରୁ ଡିସଚାର୍ଜ କରାଯିବାର ସୂଚନା ଦେଇଛନ୍ତି ପ୍ଲାଷ୍ଟିକ ସର୍ଜିରି ଏଚଓଡି ବିଭୁତ ନାୟକ ।

Leave a Reply

Your email address will not be published.