ପଦାରେ ପଡ଼ିଲା ବିଦ୍ୟାଳୟ ମୁଖ୍ୟଙ୍କ ଶିକ୍ଷାନୀତି

ଖଇରା,(ନାଗରାଜ ନ୍ୟୁଜ ): ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା । ଏଠି ଯେଉଁମାନେ ଶିକ୍ଷାଦାନ କରୁଛନ୍ତି ସେମାନେ ଜଣେ ଜଣେ ଶିକ୍ଷାଦାତା ବା ମଣିଷ ତିଆରି କାରଖାନାର ଶ୍ରମିକ । ଏହି ଶ୍ରମିକମାନେ ବହୁ ପରିଶ୍ରମ କରି ଯାହା ତିଆରି କରିଥାନ୍ତି ତାହା ଦେଶ ବିଦେଶରେ ସୁନାମ ଅର୍ଜନ କରିଥାଏ । ସେହି ବିଦ୍ୟାଳୟ ଅର୍ଥାତ୍ କାରଖାନାର ଶ୍ରମିକ ଯଦି ଅଶିକ୍ଷିତ ହୁଏ, କାରଖାନା ଅର୍ଥାତ୍ ବିଦ୍ୟାଳୟରୁ ଉତ୍ପନ୍ନ ହେଉଥିବା ଛାତ୍ରଛାତ୍ରୀ ଉନ୍ନତ ହେବେ କେମିତି ? ଘରର ମୁଖ୍ୟ ଯଦି ଏରୁଣ୍ଡି ବନ୍ଧରେ ଭୁଲ୍ ଲେଖନ୍ତି ସେଭଳି ମୁଖ୍ୟ କି ଉନ୍ନତି କରିପାରିବେ ? ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ଗ୍ରାମପଞ୍ଚାୟତରେ ଅବସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖଇରାରେ ।

ବିଦ୍ୟାଳୟର ମୁଖ୍ୟ ଜାଣି ନାହାନ୍ତି ନିଜ ବିଦ୍ୟାଳୟଟି କେଉଁ ରାଜସ୍ୱ ମୌଜା ବା ଗ୍ରାମରେ ଅବସ୍ଥିତ ? ବିଦ୍ୟାଳୟ ଗେଟରେ ଲେଖିଛନ୍ତି ଭୁଲ୍ ? ଏଭଳି ମୁଖ୍ୟଙ୍କୁ କ’ଣ କୁହାଯାଇପାରେ ? ଶିକ୍ଷିତ ନା ଅଶିକ୍ଷିତ ? ନିଜେ ଯେଉଁଠି ଶିକ୍ଷିତ ନୁହନ୍ତି ପିଲାମାନଙ୍କୁ କି ଶିକ୍ଷା ଦେବେ ? ସରକାରୀ ବିଦ୍ୟାଳୟରେ ପୁଣି ଏ ପ୍ରକାର ତୃଟି ! ଏଭଳି ଅଶିକ୍ଷିତ ବିଦ୍ୟାଳୟ ମୁଖ୍ୟଙ୍କ ଦ୍ୱାରା ଶିକ୍ଷାର ଉନ୍ନତି କ’ଣ ସମ୍ଭବ ? ସେହିପରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ୟ୍ୟାଳୟ ଫଟୋଚିତ୍ରକୁ ଲକ୍ଷ୍ୟ କଲେ ଜଣାପଡିବ ଲେଖାରେ କ’ଣ ରହିଛି ଭୁଲ୍ । ସତରେ ଏମାନେ ଉନ୍ନତି ପଥରେ ଅଛନ୍ତି ନା ଲୁଟିବା ପଥରେ ଅଛନ୍ତି, ସେଥିନେଇ ସାଧାରଣରେ ଆଲୋଚନା ହେଉଛି ।

Leave a Reply

Your email address will not be published.