“ଦୁଃଖର ସାଥି” ପରିବାରର ଦ୍ଵିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

କଟକ, (ନାଗରାଜ ନ୍ୟୁଜ): କଟକ ପୂର୍ବାଞ୍ଚଳ ବିଦ୍ୟାଧରପୁର ଠାରେ ଗଢ଼ିଉଠିଥିବା ସ୍ବେଛାସେବୀ ଅନୁଷ୍ଠାନ “ଦୁଃଖର ସାଥି” ପରିବାର ର ଦ୍ଵିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ବିଦ୍ୟାଧରପୁର ସ୍ଥିତ ଦ୍ୱାରିକାମୟୀ ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଉତ୍ସବ ରେ ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ମହାରଣାଙ୍କ ସଭାପତିତ୍ବ କରିଥିଲେ। ମୁଖ୍ୟଅତିଥି ଭାବେ କଟକ କମିସନରେଟ ପୋଲିସ ଏ ସିପି ତାପସ ଚନ୍ଦ୍ର ପ୍ରଧାନ ଯୋଗଦେଇ ସ୍ବେଛାସେବୀ ଅନୁଷ୍ଠାନର କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ଯାଦବ ମହା ସଂଘର ସଭାପତି ପ୍ରଦୀପ ବେହେରା, ସମାଜ ସେବୀ ଅଭିମନ୍ୟୁ ଦାସ, ବିଜେଡି କଟକ ଜୋନ ସଭାପତି, ଶୁଭ୍ରାଂସୁ ନାରାୟଣ ମିଶ୍ର, ବିଦ୍ୟାଧରପୁର ପୁଜାକମିଟି ର ସହ ସଂପାଦକ ଦିଲ୍ଲୀପ ମହାରଣା ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ।ଏହି ଅବସରରେ ସମାଜ ପାଇଁ କାର୍ଯ୍ୟ କରୁଥିବା ଅଗ୍ରଣୀ ୪୦ ଗୋଟି ସାମାଜିକ ସଂଗଠନ କୁ ମୁଖ୍ୟ ଅତିଥି ସେବା ସମ୍ମାନରେ ସମ୍ମାନୀତ କରିଥିଲେ ।ପ୍ରାରମ୍ଭରେ ଅନୁଷ୍ଠାନର ସଭ୍ୟା ଲକ୍ଷ୍ମୀପ୍ରିୟା ଭୋଇ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଲିପା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଶେଷରେ କୁନି କୁନି ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published.