ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଦ୍ୱିତୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ପୁରୀ, (ନାଗରାଜ ନ୍ୟୁଜ ): ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ ପୁରୀ ବଡ଼ଦାଣ୍ଡ ସ୍ଥିତ ଗୋଏକା ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ରାଜ୍ୟ ସଭାପତି ବିପିନ ବିହାରି ଦାସ କହିଥିଲେ କି, ପୃଥିବୀର ମାତ୍ର ୨.୪ % ସ୍ଥଳଭାଗ ଥିବାବେଳେ ୧୭.୮୬ ପ୍ରତିଶତ ଜନସଂଖ୍ୟା ରହିଛି । ପ୍ରତ୍ୟେକ ମିନିଟରେ ୫୦ ଜଣ ନବଜାତ ଶିଶୁକୁ ଜନ୍ମ ଦେଉଥିବା ଭାରତ ଜନସଂଖ୍ୟା ଦୃଷ୍ଟିରୁ ପ୍ରତ୍ୟେକ ବର୍ଷ ଗୋଟିଏ ଅଷ୍ଟ୍ରେଲିଆ ଓ ପ୍ରତ୍ୟେକ ଦେଢ଼ ବର୍ଷରେ ଗୋଟିଏ ଆଫ୍ରିକା ମହାଦେଶ ସୃଷ୍ଟି କରୁଛି । ଅସନ୍ତୁଳୀତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଦେଶରେ ଦେଶରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାବେଳେ, ପର୍ଯ୍ୟାବରଣ ଜନିତ ସମସ୍ୟା, ଜଳବାୟୁ ପରିବର୍ତ୍ତନ ସହ ବେକାରୀ ବୃଦ୍ଧି ଏବଂ ଗରିବମାନଙ୍କ ସଂଖ୍ୟା ଆଶତୀତ ବୃଦ୍ଧି ପାଇଛି । ପ୍ରାୟ ୨୫% ଚାଷ ଜମି ଓ ୧୧ %ରୁ ଉଦ୍ଧ୍ୱର୍ ଜଙ୍ଗଲ ଜମି ଘରବାଡ଼ି କିସମକୁ ପରିବର୍ତ୍ତନ ହେଲାଣି । ଏହିଭଳି ଜନସଂଖ୍ୟା ବୃଦ୍ଧି ପାଇଲେ ଆସନ୍ତା ୨୦୪୦ ମସିହା ବେଳକୁ ଭାରତର ଲୋକ ସଂଖ୍ୟା ୨୪୦ କୋଟିକୁ ବୃଦ୍ଧି ପାଇବ । ସେତେବେଳେ ବେକାରୀ ବୃଦ୍ଧି ସମେତ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜଳବାୟୁ ଆଦି ଏତେ ବଢ଼ିଯାଇଥିବଯେ, ଭାରତରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇ ହିନ୍ଦୁ ସଂସ୍କୃତି ଓ ଅସ୍ମିତା ଧ୍ୱଂସ ହେବା ସାଙ୍ଗକୁ ସନାତନ ଧର୍ମ ଇତିହାସରେ ପରିଣତ ହୋଇଯିବ ।

Leave a Reply

Your email address will not be published.