ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅନୁରୋଧ କଲେ ସମାଜସେବୀ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧିନରେ ୧୨୭ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ୮୬ଟି ଉପ୍ରା(ମଇ)ବିଦ୍ୟାଳୟ ଅବସ୍ଥିତ । ସେଥିମଧ୍ୟରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଳସା ଏବଂ ବ୍ଲକ ଗ୍ରାଣ୍ଟ ଉପ୍ରା(ମଇ) ବିଦ୍ୟାଳୟ ପଳସା ନହଙ୍ଗ କ୍ଲଷ୍ଟର ଅଧିନରେ ଅବସ୍ଥିତ । ଉକ୍ତ ୨ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟ ରହିଛନ୍ତି । ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅସିତ୍ କୁମାର ଜେନା ଏବଂ ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ କୁମାର ବାରିକ ଅଟନ୍ତି । ଏହି ୨ଜଣ ଖୁବ୍ ବିଦ୍ୟାଳୟ ପ୍ରେମୀ ଅଟନ୍ତି । ସଦାସର୍ବଦା ବିଦ୍ୟାଳୟର ଉନ୍ନତି ଚିନ୍ତା କରିଚାଲିଛନ୍ତି । ବିଦ୍ୟାଳୟର ଉନ୍ନତି ମୂଳକ କାର୍ଯ୍ୟ ଯଥା ଖେଳପଡିଆ, ବଗିଚା, ସଭାସମିତି, ବାର୍ଷିକ ଉତ୍ସବ ଉପଲକ୍ଷେ ପେଣ୍ଡଲର ବ୍ଯବସ୍ଥା ,ନାଚ, ଗୀତ ଓ ଖେଳକୁଦ, ପାଣି ଟାଙ୍କି ଓ ମଟର ବସାଇ ସ୍କୁଲ ପରିସରର ବିଭିନ୍ନ ସ୍ଥାନକୁ ପାଇପ୍ ସାହାଯ୍ୟରେ ଜଳର ବ୍ଯବସ୍ଥା କରିବାରେ ସଫଳ ହୋଇଛନ୍ତି । ପିଲାମାନଙ୍କର ପାଠପଢା ସହିତ ଓ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ମଧ୍ୟ ଘରର ବ୍ଯବସ୍ଥା କରିଛିନ୍ତି । ଯାହା ସବୁ ଅନ୍ୟ ବିଦ୍ୟାଳୟ ମାନଙ୍କରେ ଦେଖିବାକୁ ପ୍ରାୟ ମିଳିନାହିଁ । ଯାହାଫଳରେ ଖଇରା ବ୍ଲକ ଅଧିନରେ ୧୨୭ ଗୋଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ୮୬ ଗୋଟି ଉପ୍ରା(ମଇ) ବିଦ୍ୟାଳୟ ମଧ୍ୟରୁ ଏହି ୨ ଗୋଟି ବିଦ୍ୟାଳୟ ବ୍ଲକର ପ୍ରଥମ ସ୍ଥାନ ଅଧିକାର କରିବା ସଫଳ ହୋଇଛି । ଏସବୁ କ୍ଷେତ୍ରରେ ବ୍ଲକର ପ୍ରଥମ ସ୍ଥାନ ଅଧିକାର କରିଥିବା କଥା ଘୋଷଣା ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଲୋକ ବିହାରୀ ପାଢୀଙ୍କୁ ଇସି ସଭ୍ୟ ତଥା ସମାଜସେବୀ ଅସିତ୍ କୁମାର ଜେନା ଅନୁରୋଧ କରିଥିବା ଗଣମାଧ୍ୟମକୁ ଜଣାଇଛନ୍ତି । ପ୍ରକାଶ ଥାଉକି- ବୃତ୍ତି ପରୀକ୍ଷାରେ ୫ମ ଶ୍ରେଣୀ ଛାତ୍ର ଅନୁପ ଚୌଧୁରୀ ଓ ଛାତ୍ରୀ ପ୍ରଜ୍ଞା ପରମିତା ମହାପାତ୍ର କୃତିତ୍ବ ଅର୍ଜନ କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.