ଜ୍ବାଇଁ ଭାଙ୍ଗିଦେଲା ଶ୍ବଶୁର ଗୋଡ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ସିଂଗଲା ଥାନା ନବରାରେ ଅମାନସିକତା ଦେଖାଇଲା ଜ୍ବାଇଁ । ନିଜର ହକ୍ ପାଇଁ ଦୀର୍ଘ ଦୁଇ ମାସରୁ ଅଧିକ ସମୟଧରି ସ୍ୱାମୀ ଘର ଆଗରେ ଧାରଣାରେ ବସିଥିବା ମହିଳାଙ୍କ ପାଖକୁ ବାପା ମୁଢି ଚାଉଳ ଧରି ଆସିବାରୁ ଜ୍ୱାଇଁ ଘର ପରିବାର ପକ୍ଷରୁ ଆକ୍ରମଣ ।ଆକ୍ରମଣରେ ଶ୍ବଶୁରର ଭାଙ୍ଗିଲା ଦୁଇ ଗୋଡ଼ । ଗୁରୁତ୍ବର ଅବସ୍ଥାରେ ପୋଲିସ ଦ୍ଵାରା ଉଦ୍ଧାର ହୋଇ ବସ୍ତା ଡାକ୍ତର ଖାନରେ ଭର୍ତ୍ତି ! ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ନାବରା ଗ୍ରାମରେ । ଗ୍ରାମର ହରିପଦ ଦେ ନିଜର ବିବାହିତା ସ୍ତ୍ରୀ ଶୁଭସ୍ମିତା ଏବଂ ୧୨ବର୍ଷର ନାବାଳକ ପୁଅକୁ ଦୀର୍ଘ ବର୍ଷ ହେବ ଘରେ ପୁରେଇ ଦେଉନାହାନ୍ତି । ମହିଳା ଜଣକ ନ୍ୟାୟ ପାଇଁ ମାନ୍ୟବର କୋର୍ଟରେ ଦ୍ଵାରସ୍ଥ ହୋଇଥିଲେ କୋର୍ଟ ତାଙ୍କୁ ଘରେ ରହିବାକୁ ଅନୁମତି ଦେଇଥିଲେ ମଧ୍ୟ କୋର୍ଟର ନିର୍ଦେଶକୁ ସ୍ୱାମୀ ହରିପଦ ଓ ପରିବାର ଲୋକେ ମାନିବାକୁ ନାରାଜ । ସ୍ତ୍ରୀ ଶୁଭସ୍ମିତା ନିଜର ହକ ପାଇଁ ନାବାଳକ ପୁଅକୁ ଧରି ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ସ୍ୱାମୀ ଘର ଆଗରେ ଧାରଣାରେ ବସି ରହିଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ଶଶୁର ଗୟା ପ୍ରସାଦ ବେହେରା ଝିଅ ପାଇଁ ମୁଢି ଚାଉଳ ଧରି ଆସିଥିବା ସମୟରେ ଜ୍ୱାଇଁ ଓ ପରିବାର ପକ୍ଷରୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଶ୍ଵଶୁରର ଦୁଇ ଗୋଡ଼ ଭାଙ୍ଗିବା ସହିତ ଗୁରୁତ୍ୱର ହୋଇଥିଲେ । ଖବର ପାଇ ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଶ୍ବଶୁରକୁ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତର ଖାନାକୁ ନେଇ ଥିଲେ । ସେଠାରେ ଅବସ୍ଥା ଅଧିକ ଗୁରୁତ୍ୱର ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.