ମହିମା ଧ୍ୱନିରେ ପ୍ରକମ୍ପିତ ହେଲା ତପୋବନ, ବିଶ୍ୱ ମଙ୍ଗଳ ପାଇଁ ସମୂହ ପ୍ରାର୍ଥନା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ କପିଳାସ ରାସ୍ତାର କାଦୁଆ ନିକଟ ମହିମାଧର୍ମର ଆଦିପୀଠ ତପୋବନଠାରେ ଗୁରୁବାର କାର୍ତିକ ଶୁକ୍ଳ ଦଶମୀ ତିଥିରେ ବାର୍ଷିକ ମହିମା ମେଳା ଅନୁଷ୍ଠିତ ହୋଇଯାଇଛି | ଢେଙ୍କାନାଳ ସମେତ ‘ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମହିମା ସାଧୁ ସନ୍ନ୍ୟାସୀ ବିଶ୍ବର ମଙ୍ଗଳ ପାଇଁ ଅଖଣ୍ତ ଝlଡ଼ବତି . ଓ ବ୍ରହ୍ମଧୁନିରେ ଘୃତାଦୁତି କରି ସମୂହ ପ୍ରାର୍ଥନା. କରିଥ‌ଲେ। ପୀଠ ପରିସର‌ରେ “ଅବସ୍ଥିତ ଚକାପଥର ଉପରେ ବତି, ମନ୍ଦିର ପ୍ରାଙ୍ଗଣରେ ବ୍ରହ୍ମଧୁନି ସ୍ଥାପନ କରାଯାଇଥଲା। ସାଧୁସନ୍ଥମାନେ ବେଢ଼ା ପରିକ୍ରମା, ଭଜନ, ଗାନ କରିଥଲେ | ପୀଠ ପରିସରରେ ବ୍ରହ୍ମ ମୁହୂର୍ତରୁ ଅଖଣ୍ଡ ଭଜନ ଆରମ୍ଭ ହୋଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ 20ରୁ ଉର୍ଦ୍ଧ୍ବ ଖଞଣି ଭଜନ ଗୋଷ୍ଠୀ ଙ୍କ ସମେତ ପ୍ରାୟ 15ହଜାର୍‌ରୁ ଉର୍ଦ୍ଧ୍ବ ସାଧୁସନ୍ଥ ସମାଗମ ହୋଇଥିଲେ।ଅପରାହ୍ନ 2ଟା ରେ ଆୟୋଜିତ ଧର୍ମ ସଭାରେ ତପୋବନ ପତ୍ରିକା ଉନ୍ମୋଚନ ହୋଇଥିଲା। କାର୍ଯ୍ୟକ୍ରମର ମହାନିତ୍ୟ ସାଧୁଭଚ୍ଚ ମଣ୍ତଳୀର ସଭାପତି ବାବା ରଘୁନାଥ ଦାସ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଜିଲ୍ଲା ପାଳ ସରୋଜ କୁମାର ସେଠୀ ଉପ ଜିଲ୍ଲାପାଳ ସ୍ନିଧା ରାଣୀ ଧଳ, ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ ଚନ୍ଦ୍ର ଗୋଗିନାଳି, ଜିଲ୍ଲା ଆରକ୍ଷୀ ଅଧିକ୍ଷା L ବିଦ୍ୟାଭି,ସଦର ବିଡିଓ ସୁଧୀର ନୟକ, ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁ ବିଶିଷ୍ଟ ଶିକ୍ଷାବିତ୍ ପ୍ରଦ୍ୟୁମ୍ନ ରଥ, ଓ ତପୋବନ ପତ୍ରିକା ର ସମ୍ପାଦକ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏତଦବ୍ୟତୀତ ଗୁରୁ ଶିଷ୍ୟ ମିଳନ ଦିବସ ପାଳନ ଅବସରରେ ଛୋଟ ପିଲାମାନଙ୍କ ମୁଣ୍ଡନ କରାଯାଇଥିଲା।ସାଧୁ ଏବଂ ଶ୍ରଦ୍ଧାଳୁ ଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଥିଲା।

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.