ପୁରୀ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସ୍ପେସିଆଲ ଡ୍ରାଇଭ କାର୍ଯ୍ୟକ୍ରମରେ ବିଭାଗର ସଫଳତା

ପୁରୀ,(ନାଗରାଜ ନ୍ୟୁଜ): ରାଜ୍ୟ ପରିବହନ ବିଭାଗ କମିଶନରଙ୍କ ନିର୍ଦ୍ଧେଶ କ୍ରମେ ଓ ପୁରୀ ଜ଼ିଲ୍ଲାପାଳ ସମତ ବର୍ମା ଓ ଏସପି କନୱାର ବିଶ୍ଵାଲ ସିଂ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଜ଼ିଲ୍ଲା ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପୁରୀ ସଦର ଥାନା ଛକ ସମେତ ସହର ଓ ଜ଼ିଲ୍ଲା ର ବିଭିନ୍ନ ଛକ ମାନଙ୍କ ରେ ସ୍ପେସିଆଲ ଡ୍ରାଇଭ କାର୍ଯ୍ୟକ୍ରମ ରେ ଶହ ଶହ ଗାଡି ମୋଟର ଯାଞ୍ଚ କରାଯାଇଥିଲା l ଗତ 1 -11-2022 ରୁ 25 -11-2022 ଯାଏ ଅନୁଷ୍ଠିତ ଏ ସ୍ପେସିଆଲ ଡ୍ରାଇଭ ଅଭିଯାନ ରେ ଗାଡି ଚାଳକ ଙ୍କ ଡ଼ିଏଲ ଚେକିଂ ରେ 598 ଜଣଙ୍କୁ, ସିଟ ବେଲ୍ଟ ଚେକିଂ ରେ 42 ଜଣଙ୍କୁ ଜୋରିମାନା, ହେଲମେଟ ଚେକିଂ କରାଯାଇ 340 ଜଣଙ୍କୁ ଫାଇନ ସହିତ ଗାଡି ଜବତ, ଓଭର ସ୍ପିଡ଼ ପାଇଁ 402 ଜଣଙ୍କୁ , ମୋବାଇଲ ୟୁଜ ପାଇଁ 24 ଜଣଙ୍କୁ, 30 ଜଣ ମଦୁଆ ଗାଡି ଚାଳକ ଫାଇନ ସହିତ ଗାଡି ଜବତ, ମାଲଗାଡି ରେ ପାସେଞ୍ଜର ନେବା ଅଭିଯୋଗ ରେ 6 ଟି ଗାଡି କୁ, 155 ଜଣ ବିନା ଇନ୍ସୁରେନ୍ସ ଗାଡି ଚାଳକ ଙ୍କୁ, 8 ଗୋଟି ଓଭର ଲୋଡିଙ୍ଗ ଗାଡି ଚାଳକ ଙ୍କୁ ଜୋରିମାନା କରାଯାଇଛି l ସମୁଦାୟ 1303 ଜଣ ଙ୍କ ନାଁ ରେ ଇ -ଚାଲାଣ କରାଯାଇ ସମୁଦାୟ 25 ଲକ୍ଷ 54 ହଜାର 230 ଟଙ୍କା ଜୋରିମାନା ଆଦାୟ କରାଯାଇଛି l ଏବଂ ବକେୟା 67 ଲକ୍ଷ 87 ହଜାର 905 ଜୋରିମାନା ଟଙ୍କା ବିଭାଗୀୟ ଅଫିସ ରେ ଗାଡି ମାଲିକ ଓ ଡ୍ରାଇଭର ଙ୍କ ଠାରୁ ଖୁବ ଶୀଘ୍ର ଆଦାୟ କରାଯିବ l

ଅନେକ ଡ଼ିଏଲ କୁ ବାତିଲ କରାଯାଇ ଗାଡି ଚାଳକ ନାଁ ରେ ବିଭିନ୍ନ ମାମଲା ରୁଜୁ ହୋଇଛି l ସହର ତଥା ଜ଼ିଲ୍ଲା ରେ ଦୁର୍ଘଟଣା ହାର ଓ ମୃତ୍ୟୁ ହାର ବୃଦ୍ଧି ପାଇଥିବାରୁ ଜ଼ିଲ୍ଲା ର ବୃହତ୍ତର ସ୍ୱାର୍ଥ ଦୃଷ୍ଟି ରୁ ସାଧାରଣ ଲୋକ ଓ ପର୍ୟ୍ୟଟକ ଙ୍କ ଧନ ଜୀବନ ସୁରକ୍ଷା ଲାଗି ଆଗକୁ ଏ ଅଭିଯାନ କୁ ଆହୁରି କଡାକଡି କରାଯିବ l ଏବଂ ଲୋକେ ଯେମିତି ଅଯଥା ରେ ଦଶ ହଜାର, ପନ୍ଦର ହଜାର ଟଙ୍କା ଫାଇନ ନ ଦେବେ ଏବଂ ନିଶା ଗ୍ରସ୍ତ ଅବସ୍ଥା ରେ ଗାଡି ନ ଚଳାଇବାକୁ, ଟ୍ରାଫିକ ନିୟମ କୁ ଶୃଙ୍ଖଳା ର ସହିତ ମାନିବାକୁ ଓ ଜ଼ିଲ୍ଲା ରେ ଦୁର୍ଘଟଣା ମୃତ୍ୟୁ ହାର କୁ କିଭଳି ରୋକା ଯାଇ ପାରିବ ଏଥିପାଇଁ ପୁରୀ ଜ଼ିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସହର ତଥା ଜ଼ିଲ୍ଲା ବାସୀ ଙ୍କୁ ନିବେଦନ କରିଛନ୍ତି l ଏ ନେଇ ସହର ତଥା ଜ଼ିଲ୍ଲା ର ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ପୋଲିସ ସହାୟତା ରେ ଏ ଅଭିଯାନ କୁ ଆହୁରି ବ୍ୟାପକ କରାଯିବ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଆରଟିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି l ଏଇ ମେଗା ଅଭିଯାନ ରେ ଆରଟିଓ ଶ୍ରୀ ପଟ୍ଟନାୟକ ଙ୍କ ସମେତ ଏମ ଭିଆଇ, ଆସିଷ୍ଟାଣ୍ଟ ଏମଭିଆଇ, ଟି ଆଇ ଓ ବିଭିନ୍ନ ପୋଲିସ ଅଧିକାରୀ ପ୍ରମୁଖ ଉଭୟ ବିଭାଗ ର ସମସ୍ତ ଅଧିକାରୀ କର୍ମଚାରୀ ସାମିଲ ଥିଲେ l

Leave a Reply

Your email address will not be published.