ଶିକ୍ଷକ ସଂଘ ପୁଣି ଥରେ ଆନ୍ଦୋଳନ ପାଇଁ ସଜବାଜ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗତକାଲି କୁତ୍ରା ନୋଡାଲ ସ୍କୁଲ୍ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ର UPTF ଏବଂ NPS ର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଏହି ବୈଠକରେ ଯୋଗଦେଇଥିଲେ। ସଂଘ ର ସଭାପତି ଫୁଲିନ୍ଦ୍ରକୁମାର ଦେଉରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଚିତ୍ତରଞ୍ଜନ ସାହୁ,କୈଷାଧକ୍ଷ ସମିର ରଣା, ଜିଲ୍ଲା ସମ୍ପାଦକ ଶଙ୍କର ନିଖଣ୍ଡିଆ,ଦଲବିରମାଝୀ,ରୁମାଲ ଡୁଙ୍ଗଡୁଙ୍ଗ, ପୃଷ୍ଟି ବୁଡା, ରୋହିତ ପ୍ରଧାନ ଙ୍କ ସହିତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ରାଜ୍ୟ ସରକାର ସେମାନଙ୍କ ୩ ଦଫା ଦାବି କୁ ପୂରଣ ନକରି କେବଳ ମିଥ୍ୟା ପ୍ରତିଶୃତି ଦେଉଥିବାରୁ ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ। ଗତବର୍ଷ ରାଜ୍ୟ ର ସମସ୍ତ ପ୍ରାଥମିକ ଶିକ୍ଷକ ସଂଘ ୩ ଦଫା ଦାବି କୁ ନେଇ ବିଧାନସଭାରେ ସମ୍ମୁଖରେ ବିରାଟ ଆନ୍ଦୋଳନ କରିଥିଲେ। ସେମାନଙ୍କ ଦାବି ଥିଲା ଯେ, ପ୍ରାଥମିକ ଶିକ୍ଷକମାନଙ୍କ ଠିକାନିଯୁକ୍ତିବାତିଲକରିବା ସହିତ ୬ବର୍ଷଠିକାକାର୍ଯକୁ ୬ଟି ନେସନାଲ ଇନକ୍ରିମେଟଦେଇ ମୁଲଚାକିରିରେ ଗଣନା କରିବା ଏବଂ କେନ୍ଦ୍ରିୟ ହାରରେ ଦରମା ଦେଇ ପୁରୁଣା ପେନସନକୁ ପୁନଃ ଲାଗୁକରିବାକୁ ସେମାନେ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲେ।ପରେ ମୁଖ୍ୟ ଶାସନ ସଚିବ ମହାସଂଘ ପ୍ରତିନିଧି ଙ୍କ ସହ ଆଲୋଚନା କରି ଡିସେମ୍ବର ମାସ ୧୬ତାରିଖରୁ ୨୦ତାଖ ମଧ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟା ର ସମାଧାନ କରାଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ। ଯାହା ଫଳରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ପୁଣି ଡିସେମ୍ବର ୨୧ତାରିଖ ଦିନ ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ୨୬ତାରିଖରେ ଶିକ୍ଷକ ସଂଘ ପ୍ରତିନିଧି ଙ୍କ ସହ ଆଲୋଚନା କଲାପରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଶାସନସଚିବ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଶିକ୍ଷକ ସଂଘ ପ୍ରତିନିଧି ପୁଣି ଶିକ୍ଷକମାନଙ୍କ ସେହି ୩ଦଫା ଦାବିକୁ ମହାସଚିବ ଙ୍କ ପାଖରେ ଉପସ୍ଥାପନା କରିଥିଲେ,।ଦୀର୍ଘ ଦିନ ହେବ ଶିକ୍ଷକ ସଂଘ ର ଦାବି କୁ ରାଜ୍ୟ ସରକାର ପୁରଣ କରିବାକୁ ଟାଲଟୁଲନିତୀ ଅବଲମ୍ବନ କରୁଥିବାରୁ ବାଧ୍ୟ ହୋଇ ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ସେମାନଙ୍କ ଦାବି ପୂରଣ ନହେଲେ ପୁଣିଥରେ ବିଧାନ ସଭା ସମ୍ମୁଖରେ ହଜାର ହଜାର ଶିକ୍ଷକ/ଶିକ୍ଷୟତ୍ରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କୁତ୍ରା ବ୍ଳକ ର ସମସ୍ତ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ/ଶିକ୍ଷୟତ୍ରୀ ଚେତାବନୀ ଦେଇଛନ୍ତି।

ରାଜଗାଙ୍ଗପୁର ରୁ ଦଶରଥ ପୋଡ଼ ଙ୍କ ରିପୋର୍ଟ

Leave a Reply

Your email address will not be published.