ଖୋଲିଲା ଶ୍ରୀମନ୍ଦିର, ଦର୍ଶନ କରୁଛନ୍ତି ଭକ୍ତ

ପୁରୀ, (ନାଗରାଜ ନ୍ୟୁଜ): ଗତକାଲିଠାରୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ୨୦ ଦିନର ବ୍ୟବଧାନ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହୋଇଛି ମିଳନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଜାନୁଆରୀ ୧୦ ତାରିଖରୁ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା । ଏବେ ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ଗତ ଛତିଶା ନିଯୋଗ ବୈଠକରେ ମନ୍ଦିର ଖୋଲିବା ପାଇଁ ନିଷ୍ପତି ହୋଇଥିଲା । ପୂର୍ବ ପରି ଭକ୍ତମାନେ ଦୁଇଟି ଡୋଜ ଟୀକା କିମ୍ବା ଆର୍ଟିପିସିଆର ଟେଷ୍ଟର ସାଟିଫିକେଟ ଦେଖାଇ ମନ୍ଦିର ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ସକାଳ ୬ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଜାରି ରହିବ ଦର୍ଶନ । ଭକ୍ତଙ୍କ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ପୁରୀର ସ୍ଥାନୀୟ ବାସିନ୍ଦାମାନେ ପଶ୍ଚିମଦ୍ୱାର ଦେଇ ପ୍ରବେଶ କରିପାରିବେ ।

Leave a Reply

Your email address will not be published.