ପ୍ରଚାର ବେଳେ ଦୁଇ ଦଳ ମୁହାଁମୁହିଁ

ଖଇରା, (ନାଗରାଜ ନ୍ୟୁଜ): ଧାମନଗର ଥାନା ଅନ୍ତର୍ଗତ ନିରୁଗୁଣ୍ଡି ପଞ୍ଚାୟତ ରାଜେନ୍ଦ୍ର ପୁର ଠାରେ ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ବିଭିନ୍ନ ସାହିକୁ ଜାଇ ପ୍ରଚାର କରୁଥିବା ବେଳେ ବିଜେଡି ଦଳର କିଛି କ୍ରମୀ ମାନେ ସେଠାରେ ପହଞ୍ଚି କୈଣସି କାରଣକୁ ନେଇ ଗଣ୍ଡଗୋଳ କରିଥିଲେ । ବିଜେପି କର୍ମୀ ମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଦୁଇ ଜଣ ଉଭୟ ପକ୍ଷ ରୁ ଆହତ ହୋଇଥିବା ଘଟଣା ସ୍ଥଳରେ ଧାମନଗର ପୋଲିସି ପହଞ୍ଚି ବୁଝାମଣା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ଆସିଲା ବେଳେ ଦୀର୍ଘ ସମୟ ପରେ ଦୁଇଦଳର ପ୍ରଚାର ସ୍ୱାଭାବିକ ପ୍ରକ୍ରିୟାକୁ ଆସିଥିଲା

 

Leave a Reply

Your email address will not be published.