କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ): କେନ୍ଦ୍ର ରେଳବାଇ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜରଦୋଶ ପୁରୀ ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି।ପୁରୀ ରେଳଷ୍ଟେସନ କୁ ଆଧୁନିକ, ଶ୍ରୀଜଗନ୍ନାଥ ମହିମାର ରୂପ ଦିଆଯିବା ସହ ବୟନଶିଳ୍ପର ପ୍ରଦର୍ଶନ ବ୍ୟବସ୍ଥା ସମ୍ପର୍କରେ ସେ ସୂଚନା ଦେଇଥିଲେ।ଶ୍ରୀମତୀ ଜରଦୋଶ ସର୍କିଟ ହାଉସ ଠାରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ତାଙ୍କୁ ସ୍ୱାଗତ କରିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ।ମନ୍ତ୍ରୀ ଶ୍ରୀମତୀ ଜରଦୋଶ ସମସ୍ତ ଯୋଜନା ସାଧାରଣ ଲୋକ ମାନଙ୍କ ହିତ ସାଧନ ପାଇଁ ହୋଇ ଥିବାରୁ ସଠିକ ହିତାଧିକାରୀ ଏହାର ଯେପରି ସୁଫଳ ପାଇପାରିବେ ସେଥିପ୍ରତି ଯତ୍ନ ବାନ ହେବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲାର ୧୧ଟି ବ୍ଲକ ରେ ବିବିଧ ଆବାସ ଯୋଜନାରେ ୪୫୬୬୨ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ୪୧୩୭୮ ପୂରଣ ହୋଇଛି।ପିଏମଏୱ।ଇଜି ସ୍ପେଶାଲ ଲକ୍ଷ୍ୟ ରେ ମୋଟ ୫୫୦୨ ପଞ୍ଜିକୃତ ହୋଇ ଜିଓ ଟ୍ୟାଗ ଆଧାର ରେ ମଞ୍ଜୁର ହୋଇଛି।ପିଏମଏୱ।ଇଜି ନର୍ମାଲ ଲକ୍ଷ୍ୟ ୧୮୭୫୧ ମଧ୍ୟରୁ ସମସ୍ତ ପଞ୍ଜିକୃତ ହୋଇ ୧୮୭୦୬ ଜିଓ ଟ୍ୟାଗ ହୋଇଛି।ଜିଲ୍ଲାରେ ମୋଟ ୨୫୯୯ ଗୋଟି ଅଙ୍ଗନବାଡି କେନ୍ଦ୍ର ରହିଛି।ସେଥିରେ ୨୫୩୬ ଅଙ୍ଗନବାଡି କର୍ମୀ ଓ ୨୫୨୧ ସହାୟକ ନିଯୁକ୍ତ ଅଛନ୍ତି।ଜାତୀୟ ସାମାଜିକ ସହାୟତା ଯୋଜନା ରେ ୮୧୪୭୯ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଥିବା ବେଳେ ମୃତ୍ୟୁ ଓ ଅନ୍ୟାନ୍ୟ କାରଣ ଯୋଗୁଁ ୧୧୩୫ ବକେୟା ରହିଛି।ଶତକଡା ୯୭ ଭାଗ ଆଧାର ସଂଯୋଗ ଓ ଶତକଡା ୯୮ ଭାଗ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ହୋଇଛି।ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଖରିଫରେ ୯୨୬୦୪ ଓ ରବି ଫସଲ ରେ ୫୦୫୧ ପଞ୍ଜିକୃତ ହୋଇ ଛନ୍ତି।ଏମଜିଏନଆରଜିଏସ ରେ ୧ଲକ୍ଷ୮୯ ହଜାର ପଞ୍ଜିକୃତ ହୋଇଛନ୍ତି।ସେହିପରି ଉଜ୍ଜ୍ୱଳା ଯୋଜନା ,ଗରୀବ କଲ୍ୟାଣ ଯୋଜନା, ଜଳଜୀବନ ଯୋଜନା, ୱ।ନ ନେସନ ୱ।ନ ରାସନ ଯୋଜନା, ପିଏମ କିଷାନ ସମ୍ମାନନିଧି ଯୋଜନା,ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଇତ୍ୟାଦି ଯୋଜନା ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ।ଏହି ସମୀକ୍ଷା ବୈଠକରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ସମ୍ବିତ ପାତ୍ର,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ମନ୍ତ୍ରୀ ଶ୍ରୀମନ୍ଦିର, ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଇତ୍ୟାଦି ପରିଦର୍ଶନ କରିଥିଲେ।

Leave a Reply

Your email address will not be published.