ତ୍ରିନାଥ ମିଶ୍ରଙ୍କ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ବିଭାଗ

କଟକ, (ନାଗରାଜ ନ୍ୟୁଜ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ । ତେବେ ତ୍ରିନାଥ ତାଙ୍କ ଆୟ ଠାରୁ ୫ଶହ ପ୍ରତିଶତ ଅଧିକ ଆୟ କରିଥିଲେ । ଏହାକୁ ନେଇ ତାଜୁବ ହୋଇ ଯାଇଥିଲା ଭିଜିଲାନ୍ସ ବିଭାଗ । ଅନ୍ୟପଟେ ପାଖାପାଖି ୮ କୋଟି ୬୮ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏହା ସହ ତାଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ । ଏଥିସହ ଦାମୀ କାର, ବାଇକ, କୋଠା, ଫାର୍ମ ହାଉସ, ନର୍ସିଂ ହୋମ, ଔଷଧ ପ୍ରସ୍ତୁତି ୟୁନିଟ, ଟ୍ରାନ୍ସପୋର୍ଟ ସଂସ୍ଥା, ଫ୍ଲାଟ୍ ରଖିଥିଲେ ତ୍ରିନାଥ ମିଶ୍ର । ପଦର ଅପବ୍ୟବହାର କରି ଏଭଳି ଅମାପ ସମ୍ପତ୍ତିର ଅଧିକାରୀ ହୋଇଥିଲେ ତ୍ରିନାଥ ବୋଲି ଭିଜିଲାନ୍ସ କହିଛି ।ମାତ୍ର ତ୍ରିନାଥଙ୍କ ଏହି କାରନାମାରେ ପୁରା ପରିବାର ସାମିଲ ଥିଲେ । ଏପଟେ ଏ ସମ୍ପର୍କରେ ଭିଜିଲାନ୍ସ ଆଭିମୁଖ୍ୟ ନେଇ ପ୍ରତିକ୍ରିୟା ରଖିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା । ଗତ ଦେଢ଼ ମାସ ଭିତରେ ଦୁର୍ନୀତି ମାମଲାରେ ୩୧ ଜଣ ଦୁର୍ନୀତି ଖୋର୍ ସରକାରୀ ବାବୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୨୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଏହି ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଚାରି ଜଣ କ୍ଲାସ- ୧ ଅଧିକାରୀ ରହିଛନ୍ତି । ରାଜ୍ୟରେ ଦୁର୍ନୀତିକୁ ଅଟକାଇବା ପାଇଁ ଭିଜିଲାନ୍ସ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ।

Leave a Reply

Your email address will not be published.