କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁଁ ଗ୍ରାମ ଡ୍ରେନ ପାଲଟିଛି ମରଣଯନ୍ତା

ଗ଼଼ଁଦିଆ, (ସୌମ୍ୟ ରଞ୍ଜନ): ଢେଙ୍କାନାଳ ଜିଲ୍ଲା ଗ଼଼ଁଦିଆ ବ୍ଲକ ବେଗା ଗ୍ରାମରେ କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁ ଡ୍ରେନ ପାଲଟିଛି ମରଣଯନ୍ତା । ଗାଁ ରାସ୍ତା ପାର୍ଶ୍ବରେ ଡ୍ରେନ ନିର୍ମାଣ କରିବା ପାଇଁ ମାଟି ଖୋଳା ଯାଇଥିଲେ ମଧ୍ୟ ମାସ ମାସ ଧରି ଡ୍ରେନ ନିର୍ମାଣ ହୋଇ ପାରୁନାହିଁ । ଏପରିକି ଲୋକଙ୍କ ପାଇଁ ଘରୁ ବାହାରିବା ମଧ୍ୟ ରାସ୍ତା ନାହିଁ । ବର୍ଷା କାରଣରୁ ଗାତରେ ପାଣି ଜମି ରହୁଥିବା କାରଣରୁ ଦୁର୍ଗନ୍ଧ ସୃଷ୍ଟି ହେଉଛି ।ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେବେଳ ଏତିକି ନୁହେଁ ପ୍ରତିମା ମହାନ୍ତି ନାମକ ଜଣେ ମହିଳା ନିଜ ଘରକୁ ଯିବା ବେଳେ ଉକ୍ତ ଡ୍ରେନ ଗାତରେ ପଡି ଆହତ ହେବା ସହ ତାଙ୍କ ହାତ ଭାଙ୍ଗି ଯାଇଥିବାର ସୂଚନା ମିଳିଛି । ତେବେ ଏନେଇ ଗ୍ରାମ ବାସୀ ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ମଧ୍ଯ ଫଳାଫଳ ବୃଥା ।

କାମ ଆରମ୍ଭ ସମୟରେ ଦୁଇ ଦିନ ମଧ୍ୟରେ କାମ ସାରିବା ପାଇଁ କୁହାଯାଇଥିବା ବେଳେ ମାସ ମାସ ପଡ଼ି ରହିବ ଆମେ ଜାଣି ନଥିଲୁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ତେବେ ଏ ସମ୍ପର୍କରେ ଫୋନ୍ ମାଧ୍ୟ୍ୟମରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଆକ୍ସନ ପ୍ଲାନ୍ ନଦେଖିଲେ କିଛି କହି ହେବ ନାହିଁ ଏବଂ ଏପରି କିଏ କାହିଁକି ଡ୍ରେନ ପାଇଁ ଗାତ ଖୋଳିଲା ସେ ଜାଣି ନାହାନ୍ତି ବୋଲି କହିଛନ୍ତି । ତେବେ ଦେଖିବାକୁ ବାକି ରହି
ଲାଯେ, ପ୍ରଶାସନ ପକ୍ଷରୁ ଏଥିପାଇଁ କି ପଦକ୍ଷେପ ନିଆଯାଉଛି ଏବଂ ବେଗାବାସି କେବେ ଏହି ମରଣଯନ୍ତାରୁ ମୁକ୍ତି ପାଉଛନ୍ତି ।

Leave a Reply

Your email address will not be published.