ପୌର ନିର୍ବାଚନରେ ହିଂସା କାଣ୍ଡ, ଅଟକାଇ ପାରିଲାନି ଟାଉନ ପୋଲିସ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ପୌର ନିର୍ବାଚନ ଚାଲିଥିବା ବେଳେ ଢେଙ୍କାନାଳ ସହରର ରଗଡି ସାହିରେ ହିଂସା କାଣ୍ଡ ଘଟିଛି  l ବୁଥ୍ ଜବରଦଖଲ ବିରୋଧ କରିବାରୁ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି  l ସଙ୍ଘବଦ୍ଧ ଆକ୍ରମଣ ରେ ଯୁବକ ଗୁରୁତର ଆହତ ହୋଇ ଢେଙ୍କାନାଳ ମେଡିକାଲରେ ଭର୍ତି  l ଏନେଇ ଟାଉନ ପୋଲିସ ରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି l ଥାନାରେ ଅଭିଯୋଗ ହେବା ସମ୍ପର୍କ ରେ ଖବର ପାଇ ଉଭୟ ଦଳର କର୍ମୀ ଟାଉନ ଥାନା ରେ ପହଞ୍ଚିବା ପରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି l ଉଭୟ ଦଳ ର ସମର୍ଥକ ପରସ୍ପର ଆକ୍ରମଣ ପ୍ରତ୍ୟାକ୍ରମଣରେ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି l

ଟାଉନ ଥାନାରେ ଅଭିଯୋଗ ଅନୁସାରେ, ପୌରାଞ୍ଚଳ ଅନ୍ତର୍ଗତ 15 ନଂ. ୱାର୍ଡ ରଗଡି ସାହିରେ ଏକା ନିର୍ଦିଷ୍ଟ ରାଜନୈତିକ ଦଳ ର କର୍ମୀ ମାନେ ବୁଥ୍ ଜବର ଦଖଲ କରୁଥିଲେ l ଅପରାହ୍ନ 4ଟାରେ ଏ ନେଇ ସୂଚନା ପାଇଁ ସିମିଳିଆର ନୀଳମଣି ପାତ୍ର ଙ୍କ ପୁଅ ସଂଜୀବ କୁମାର ପାତ୍ର(27) ପହଂଚି ବିରୋଧ କରିଥିଲେ l ଏହି ସମୟ ରେ ସେଠାରେ ଉପସ୍ଥିତ ଦେବାଶିଷ ମିଶ୍ର ତାଙ୍କୁ ଚାପୁଡ଼ା ମାରିବା ସହ ସିତୁ ଜେନା, ରାମ ନାୟକ, ବିମଳ ନାୟକ, ପ୍ରଦ୍ୟୁମ୍ନ ନାୟକ, ବିକାଶ ପ୍ରଧାନ ପ୍ରମୁଖ ଟେକା ପଥର ମାଡ କରିଥିଲେ l ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ l ଏହାପରେ ତାଙ୍କ ସାଙ୍ଗ ମାନେ ସେଠାରେ ପହଂଚିବାରୁ ଜୀବନରୁ ବଞ୍ଚିଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି l ତାଙ୍କ ମୁଣ୍ଡ ଫାଟିଯାଇଛି ,ନାକ ଓ ଶରୀର ର ବିଭିନ୍ନ ସ୍ଥାନ ରେ କ୍ଷତ ଥିବାରୁ ଚିକିତ୍ସା ପାଇଁ ଡାକ୍ତରଖାନା ରେ ଭର୍ତି କରାଯାଇଛି l

ରାତି 9ଟା ରେ ସଂଜୀବଙ୍କ ସମ୍ପର୍କୀୟ ଦିବ୍ୟରଞ୍ଜନ ପାତ୍ର ଥାନାରେ ଏତଲା ଦେବାକୁ ଆସିଥିଲେ l ଏହି ସମୟ ରେ ଉଭୟ ଦଳର କର୍ମୀ ମାନେ ଥାନାରେ ପହଂଚିଥିଲେ l ଆକ୍ଷେପ ପ୍ରତ୍ୟାକ୍ଷେପ ପରେ ପରସ୍ପର ଉପରେ ଆକ୍ରମଣ କରିଥିଲେ l କିଛି ସମୟ ପାଇଁ ଥାନା ପରିସର ଅଣାୟତ୍ତ ହୋଇପଡ଼ିଥିଲା l ପରେ ସଂଖ୍ୟାଧିକ ପୁଲିସ ଘଟଣାକୁ ନିୟନ୍ତ୍ରଣ ରେ ଆଣି ଉଭୟ ଦଳ ର କର୍ମୀ ମାନଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି,ଯୁବକଙ୍କୁ ଆକ୍ରମଣ ଘଟଣା ସମ୍ପର୍କ ରେ ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ, ଯୁବକ ଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ମିଳିଛି,ଇଭିଏମ ଭୋଟିଙ୍ଗ ମେସିନ ଫେରୁଥିବାରୁ କାର୍ଯ୍ୟବ୍ୟସ୍ତତା ରହିଛି l କେସ ସମ୍ପର୍କ ରେ ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି l ସେପଟେ ଅଭିଯୁକ୍ତ ଙ୍କୁ ଗିରଫ ଦାବି ରେ ଆକ୍ରମଣ ର ଶିକାର ହୋଇଥିବା ଦଳ ର କର୍ମୀ ମାନେ ଥାନା ସମ୍ମୁଖରେ ରାସ୍ତା ରୋକ କରିଥିଲେ  lପୋଲିସ ପହଂଚି ବୁଝା ସୁଝା କରି ରାସ୍ତା ରୋକ ହଟାଇଥିବା ଜଣା ପଡିଛି l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.