ଲଟାବାଇଁଶିଆରେ ଜଳ ଜୀବନ ମିଶନ ଗ୍ରାମ ସଭା ଅନୁଷ୍ଠିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଜଳ ହିଁ ଜୀବନ । ଏହାକୁ ଲକ୍ଷ୍ୟ କରି ୨୦୨୪ ସୁଦ୍ଧା କିଭଳି ସମସ୍ତ ଘରକୁ ଟ୍ୟାପ ପାଣି ପହଞ୍ଚାଇବା ଓ ସବୁ ଘରେ ପାଣି ଟ୍ୟାପ ସଂଯୋଗ କରିବା ଲକ୍ଷ୍ୟରେ ଆଜି ଦେଓଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲଟାବାଇଁଶିଆ ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜଳ ଜୀବନ ମିଶନର ଜିପି କୋର୍ଡିନେଟର ଗିରିଧାରୀ ମହାଲ୍ଲିକ ଅଧ୍ୟକ୍ଷତା କରିବା ସହ ଭାରତ ସରକାରଙ୍କ ଜଳ ଜୀବନ ମିଶସ ବିଷୟରେରେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ । ଏଥିସହ ୨୦୨୪ ସୁଦ୍ଧା ପ୍ରତି ଘରେ ପିଇବା ପାଣି ପହଞ୍ଚାଇବା ଲକ୍ଷ୍ୟ ନେଇ ଗ୍ରାମରେ ଏକ କମିଟି ଗଠନ କରାଯାଇ ଏହାକୁ ମା ତାରିଣୀ ଜଳ ଜୀବନ ଓ ପରିମଳ ମିଶନ ନାମ ନାମିତ କରାଯାଇଥିଲା । ଉକ୍ତ ବୈଠକରେ ଲତାବାଇଁଶିଆ ଗ୍ରାମ ଆଶା କର୍ମୀ, ଅଙ୍ଗନୱାର୍ଡି କର୍ମୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମୀଙ୍କ ସହ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ

Leave a Reply

Your email address will not be published.