ବୁଲେଟ ଧକ୍କାରେ ମହିଳା ମୃତ

ବାଲେଶ୍ୱର, (ନାଗରାଜ ନ୍ୟୁଜ ): ସୋର-କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥର ମାନ୍ୟତା ପାଇବା ପରଠାରୁ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଗତକାଲି ବାଲେଶ୍ୱର ଜିଲ୍ଲା ଖଇରା ଥାନା କୁପାରୀ ଠାରେ ଏକ ଦୁର୍ଘଟଣା ଘଟିଛି । ଘଟଣାରୁ ପ୍ରକାଶ କୁପାରୀ କେନାଲ ନିକଟ ରାଜ୍ୟ ରାଜପଥ ପାର୍ଶ୍ଵରେ କମଳାକାନ୍ତ ବିଶ୍ୱାଳଙ୍କ ଘର । ଦିନ ପ୍ରାୟ ୧୨.୩୦ ରୁ ୧ ଘଟିକା ମଧ୍ୟରେ ବଜାରକୁ ଯିବା ପାଇଁ ଘରୁ ବାହାରି ରାସ୍ତାର ଗୋଟେ ପାଶ୍ୱର୍ରୁ ଅପର ପାଶ୍ୱର୍କୁ ଅତିକ୍ରମ କରୁଥିଲେ । ଏହି ସମୟରେ ଦୃତଗତିରେ ଆସୁଥିବା ବୁଲେଟ ବିଶ୍ୱାଳଙ୍କୁ ଧକ୍କା ଦେଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଉଦ୍ଧାର କରି ଖଇରା ମେଡ଼ିକାଲକୁ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ତେବେ ମୃତ ବିଶ୍ୱାଳଙ୍କ ବୟସ ୭୫ ବର୍ଷ ହେବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published.