ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ସାତ ବର୍ଷର ପୁଅକୁ ଧରି ଧାରଣା ଦେଲେ ମହିଳା

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବଲାଙ୍ଗୀର ସହର ଟିକ୍ରାପଡାର ବାସୁଦେବ ମିଶ୍ର ଏବଂ ତାଙ୍କ ସ୍ତ୍ରୀ ଲୋପାମୁଦ୍ରା ମିଶ୍ରଙ୍କ ଭିତରେ ଗତ ୨୦୧୮ ମସିହାରେ କୌଣସି କାରଣକୁ ନେଇ ଦାମ୍ପତ୍ୟ କଳହ ଦେଖାଦେଇଥିଲା । କଳହ ଉଗ୍ର ରୂପ ଧାରଣ କରିବା ପରେ, ନିଜର ଯୌତୁକ ଜିନିଷ ପତ୍ର ସାଂଗରେ ନେଇ ଲୋପାମୁଦ୍ରା ସମ୍ୱଲପୁରଠାରେ ଥିବା ନିଜ ବାପ ଘରକୁ ଚାଲି ଯାଇଥିଲେ ।

ପ୍ରଥମେ ଥାନା ଓ ତାପରେ କୋର୍ଟରେ ଚାଲିଛି ମାମଲା । ଡିଭୋର୍ସ ପାଇଁ କୋର୍ଟରେ ମାମଲା ଚାଲିଥିବା ବେଳେ ହଠାତ ଆଜି ଠାରୁ ସ୍ୱାମୀଙ୍କ ଘର ସାମ୍ନାରେ ଧାରଣା ଦେବା ଆରମ୍ଭ କରିଛନ୍ତି ଲୋପାମୁଦ୍ରା । ଲୋପାମୁଦ୍ରା ସମ୍ୱଲପୁରରୁ ଆସି, ଗତ କିଛି ମାସ ହେବ  ବଲାଙ୍ଗୀରର ସହରର ତାଲପାଲି ପଡାରେ ଏକ ଭଡା ଘର ନେଇ ରହୁଥିଲେ । ଘର ମାଲିକ ଭଡା ଘରୁ ତଡିଦେବାରୁ ଏବେ ସ୍ୱାମୀଙ୍କ ସହିତ ରହିବା ପାଇଁ ଜିଦ୍ କରି ସେ ଧାରଣାରେ ବସିଛନ୍ତି ।

ସେପଟେ ସଖି ସେଣ୍ଟର ତରଫରୁ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡି ଛି। ସାଂଗରେ ଏକ ସାତ ବର୍ଷର ପୁଅକୁ ଧରି ଲୋପାମୁଦ୍ରା ଶୀତ ରାତିରେ ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିବା ଘଟଣାକୁ ନେଇ ସାରା ସହରରେ ଚର୍ଚ୍ଚାର ଜୋର ଧରିଛି ।

Leave a Reply

Your email address will not be published.