କୂଅରେ ପଡ଼ି ଯୁବକ ମୃତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): କୁହାଯାଏ ମଣିଷ ଜୀବନ ପାଣି ଫୋଟକା ସହ ସମାନ । କେତେବେଳେ ଚାଲିଯିବ ତାହା କହିବା ସମ୍ଭବ ପର ନୁହେଁ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବସୋଇ ଗ୍ରାମରେ । ଏକ କୂଅରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ବସୋଇ ଗାଁ ଗୋଠବୁରୀ ସାହିର ବିରଞ୍ଚି ସାହୁ । ସୂଚନା ଅନୁସାରେ ମୂତକ ବିରଞ୍ଚି ଗତକାଲି ରାତିରେ ନିଜ ପଡ଼ୋଶୀଙ୍କ ଘରକୁ ଯାଉଥିବା ବେଳେ ଅସାବଧାନତା ହେତୁ କୂଅରେ ପଡ଼ିଯାଇଥିଲେ । ତେବେ ବିଳମ୍ବତ ରାତି ଯାଏ ବିରଞ୍ଚି ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ଆଜି ସକାଳୁ ତାଙ୍କ ମୃତ ଦେହ ଏକ କୂଅରେ ଭାସୁଥିବାର ଦେଖିବାକୁ ମିଳିଥିଲା । ଏନେଇ ପରଜଙ୍ଗ ଅଗ୍ନିଶମ ବାହିନୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ କୂଅ ଭିତରୁ ଉଦ୍ଧାର କରିଥିଲେ ।

Leave a Reply

Your email address will not be published.