ମୁଣ୍ଡୁଳି ସେତୁ ଉପରୁ ଡେଇଁ ଆତ୍ମହତ୍ୟ କରିବାକୁ ଉଦ୍ୟମ କଲେ ଯୁବକ

କଟକ, (ନାଗରାଜ ନ୍ୟୁଜ): ପୁଣି ଗଣମାଧ୍ୟମର ହେଡଲାଇନରେ ମୁଣ୍ଡୁଳି ସେତୁ । କାରଣ ଏଠାରେ ଆଜି ଜଣେ ଯୁବକ ସେତୁ ଉପରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ତେବେ ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଟିମ ଯୁବକଙ୍କ ଉଦ୍ଧାର କାର୍ୟ୍ୟ ଜାରି ରଖିଥିବା ସୂଚନା ମିଳିଛି ।
ଯୁବକ ଜଣକ ସେତୁ ଉପରେ ସ୍କୁଟି ରଖି ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଭୁବନେଶ୍ୱର ସିଆରପି ଅଞ୍ଚଳର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛି । ତେବେ ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଙ୍କର କୈାଣସି ପତ୍ତା ମିଳୁନଥିବା ଜଣାପଡ଼ିଛି । ସେପଟେ ମହାନଦୀରେ ବର୍ତ୍ତମାନ ବହୁ ପରିମାଣର ପାଣି ରହିଛି । ଯୁବକ ଜଣକ କାହିଁକି ଏତେ ଦୂର ମୁଣ୍ଡୁଳି ବ୍ରିଜ ନିକଟକୁ ଆସି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି, ସେ ସମ୍ପର୍କରେ ସଠିକ ସୂଚନା ମିଳିନାହିଁ ।

Leave a Reply

Your email address will not be published.