ଗୁଡି ସୁତାରେ ବେକ କଟି ଯୁବକଙ୍କ ମୃତ୍ୟୁ

କଟକ, (ନାଗରାଜ ନ୍ୟୁଜ): କଟକ ପୀରବଜାର ଅଞ୍ଚଳରେ ଗୁଡ଼ି ସୂତାରେ ବେକକଟି ଭଇରିପୁର ଅଞ୍ଚଳର ଜୟନ୍ତ ସାମଲଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ ଅପରାହ୍ଣରେ ସ୍ୱାମୀ ସ୍ତ୍ରୀ ବାଇକରେ ଯାଉଥିବା ସମୟରେ ହଠାତ ଗାଡ଼ିରୁ ଯୁବକ ପଡ଼ିଯାଇଥିଲେ । ଏହି ସମୟରେ ଗୁଡ଼ି ସୂତା ବେକରେ ଲାଗି ଯାଇଥିଲା । ବେକ କଟିବା ସହ ପ୍ରବଳ ରକ୍ତ ସ୍ରାବ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ମେଡିକାଲ କୁ ନିଆଯାଇଥିଲେ ସୁଦ୍ଧା ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି । ପରେ ଏହି ଘଟଣା ସମ୍ପର୍କରେ ଯୁବକଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published.