ଅଜଣା ଟ୍ରକ ଧକ୍କାରେ ଯୁବକ ଗୁରୁତର

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବିଜାଡି ଜଙ୍ଗଲ ନିକଟରେ ଅଜଣା ଗାଡି ଧକ୍କା ରେ ଯୁବକ ଗୁରୁତର l ସୂଚନା ଅନୁସାରେ ଅଁଳାବେରେନି ପଂଚାୟତ ର ଖୁଣ୍ଟୁବାଟି ଗ୍ରାମ ର ଭୁବନା ନନ୍ଦ ଦେହୁରୀ (୪୯) ପିତା ବାଇଧର ଦେହୁରୀ କାମାକ୍ଷାନଗର ରେ ଟ୍ରେଡ଼ସ ଗୁରୁଜୀ ରେ ସିକ୍ୟୁରିଟି ଗାର୍ଡ ଭାବେ ଭୁବନାନନ୍ଦ କାମ କରନ୍ତି l ଆଜି ଭୁବନାନନ୍ଦ ନିଜ କାମ ସାରି ନିଜ ଗ୍ରାମ ଖୁଣ୍ଟୁବାଟି ଫେରୁଥିବା ସମୟରେ ବିଜାଡି ଜଙ୍ଗଲ ଠାରେ ଅଜଣା ଟ୍ରକ ଧକ୍କା ରେ ଗୁରୁତର ହୋଇ ଯାଇଥିଲେ l ରାସ୍ତାରେ ଯାଉଥିବା କିଛି ଲୋକଙ୍କ ସହାୟତା ରେ ଅଗ୍ନିଶମ ବିଭାଗ ଦ୍ୱରା ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା  l ଡାକ୍ତରଙ୍କ କହିବା ଅନୁସାରେ ଭୁବନାନନ୍ଦ ଙ୍କର ଡାହାଣ ଗୋଡ଼ ଟି ଭାଙ୍ଗି ଯାଇଛି ଓ ମୁହଁ ହାତ ରେ ସବୁ ଖଣ୍ଡିଆ ଖବରା ହୋଇଯାଇଛି l କାମାକ୍ଷାନଗର ଡାକ୍ତରଖାନା ରେ ଭୁବନାନନ୍ଦ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି l ଏବଂ ତାଙ୍କର ଅବସ୍ଥା ଗୁରୁତର ଅଛି l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.