ସାଙ୍ଗର ଆକ୍ରମଣରେ ଯୁବକ ଗୁରୁତର ଆହତ

ଖଇରା, (ନାଗରାଜ ନ୍ୟୁଜ): ସାଙ୍ଗହୋଇ ଆସିଥିଲେ ଶ୍ରମିକ ନେବା ପାଇଁ । ଜଙ୍ଗଲରେ ସାଙ୍ଗକୁ ଆକ୍ରମଣ କରି ଟଙ୍କା ମୋବାଇଲ ନେଇ ଫେରାର ହୋଇଗଲା ଆଉ ଜଣେ ସାଙ୍ଗ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଡ଼ପୋଖରି ସିମୁଳିଆ ଅଞ୍ଚଳରେ । ଗୁରୁତର ଅଵସ୍ଥାରେ ରାସ୍ତାକଡ଼ରୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକ । ଗୁରୁତର ଯୁବକଙ୍କ ଘର ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳର ବୋଲି ଜଣାପଡ଼ିଛି । ଆହତ ଯୁବକ ବରପାଲି ଅଞ୍ଚଳର ସଜନ କୁଅଁରଙ୍କ ପୁଅ ଜିତମ କୁମାର । ସେ ତାମିଲନାଡୁର ଏକ ଘରୋଇ କମ୍ପାନୀରେ କାମ କରନ୍ତି । ସେଠାରେ କମ୍ପାନୀ ପାଇଁ ଶ୍ରମିକ ଆବଶ୍ୟକତା ଥିବାରୁ କାମ କରିବା ପାଇଁ ପିଲା ନେବାକୁ ଆସିଥିଲେ । ରାତିରେ ଖଇରା ଅଞ୍ଚଳର ରାଉତରାୟ ପୁରକୁ ବାଇକରେ ଯାଉଥିଲେ । କୈଣସି କାରଣରୁ ଉଭୟଙ୍କ ମଧ୍ୟରେ ସମାନ୍ୟ ବଚସାରୁ ଗଣ୍ଡଗୋଳ ହୋଇଥିଲା । ଅନ୍ୟ ଜଣେ ସାଙ୍ଗ ଜିତମଙ୍କୁ ମାଡ଼ମାରି ବାଇକ ଛାଡ଼ି ଫେରାର ହୋଇଯାଇଥିଲେ ।

Leave a Reply

Your email address will not be published.