ପୁଲିସ ଗାଡ଼ିକୁ ଦେଖି ଯୁବକ ଗୁରୁତର ଆହତ

ପୁରୀ, (ନାଗରାଜ ନ୍ୟୁଜ): ବ୍ରହ୍ମଗିରି ଥାନା ଅନ୍ତର୍ଗତ ଭଣ୍ଡାରୀକୁଡ଼ା ଗ୍ରାମର ପ୍ରଫୁଲ ପାଇକରାୟଙ୍କ ପୁଅ ସନାତନ ପାଇକରାୟ ରାତିରେ କେନାଲ ବନ୍ଧରେ ସାଙ୍ଗମାନଙ୍କ ସହିତ ଭୋଜି କରୁଥିଲେ । ପୋଲିସ ପେଟ୍ରୋଲିଂ ଗାଡିକୁ ଦେଖି ଯିଏ ଯୁଆଡେ ଭୟରେ ଦୌଡ଼ିଥିଲେ । ସନାତନ ନିଜର ଅସାବଧାନତା ହେତୁ କେନାଲ ସଙ୍ଖ ତଳକୁ ପଡି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published.