ରାଜଗାଙ୍ଗପୁର ବ୍ଳକରେ ୩ଜଣ ଏମବିଏ ଡିଗ୍ରୀଧାରୀ ମହିଳା ପ୍ରାର୍ଥୀନୀ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ୧୭ ତାରିଖରୁ ନାମାଙ୍କନ ପତ୍ର ବିକ୍ରି ହୋଇ‌ ଆଜି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ ଥିଲା । ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ବ୍ଳକରେ ମୋଟ ୨୦ଟି ପଞ୍ଚାୟତ ଥିବା ବେଳେ ୧୧୨ଜଣ ସରପଞ୍ଚ ଏବଂ ୮୫ଜଣ ସମିତି ସଭ୍ୟ ଏବଂ ୩୩୩ଜଣ ୱାର୍ଡମେମ୍ବର ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉଲ୍ଲେଖଯୋଗ୍ୟଯେ, ଚଳିତ ଥର ଏହି ବ୍ଳକରେ ୩ଜଣ ଉଚ୍ଚ ଶିକ୍ଷିତ ଏମବିଏ ଡିଗ୍ରୀଧାରୀ ଆଦିବାସୀ ମହିଳା ସରପଞ୍ଚ ଏବଂ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ଏହି ବ୍ଳକର ପାନପୋଷ ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ଭାବେ ଅର୍ଚନାଇପ୍ଷିତା ବେକ୍‌ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ସେ କାନ୍ଶବାହାଲ IIPM financ ଏବଂ HRରେ MBA ଡିଗ୍ରୀ ହାସଲ କରିଛନ୍ତି । ସେହିପରି ସମିତି ସଭ୍ୟ ପାଇଁ କୁକୁଡ଼ାମୁଣ୍ଡା ପଞ୍ଚାୟତ ରୁ ଶିଳ୍ପା ଏକ୍କା ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସେ ଉତ୍କଳ ବିଶ୍ଵବିଦ୍ୟାଳୟ ଅଧିନକୁ MBA finance ଡିଗ୍ରୀ ହାସଲ କରିଛନ୍ତି। ଅନ୍ୟ ଜଣେ ହେଉଛନ୍ତି କୁଟୁନିଆ ପଞ୍ଚାୟତ ର ସମିତି ସଭ୍ୟ ପ୍ରାର୍ଥୀନୀ ଆରତୀ ମାଝୀ, ସେ ମଧ୍ୟ ଜଟଣୀ ସ୍ଥିତ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟରୁ MBA finance ଡିଗ୍ରୀ ହାସଲ କରିଥିବା ଜଣାଯାଇଛି । ଏହି ତିନି ଜଣ ଆଦିବାସୀ ଉଚ୍ଚ ଶିକ୍ଷିତ ମହିଳା ତୃଣମୂଳ ପଞ୍ଚାୟତ ନିର୍ବାଚନ ରେ ଅବତିର୍ନ ହେଉଥିବାରୁ ବୁଦ୍ଧିଜୀବୀ ମାନେ ଏହାକୁ ସ୍ବାଗତ କରିଛନ୍ତି । ଆଗାମୀ ଦିନରେ ଅଞ୍ଚଳର ବିକାଶ ତ୍ବରାନ୍ବିତ ହେବବୋଲି ଆଶା ବାନ୍ଧିଛନ୍ତି ।

Leave a Reply

Your email address will not be published.