ନିଖୋଜ ହେବାର ୩ ଦିନ ପରେ ମୃତ ଦେହ ଉଦ୍ଧାର

କଟକ, (ନାଗରାଜ ନ୍ୟୁଜ): ନିଖୋଜ ହେବାର ୩ ଦିନ ପରେ ଜଣେ ଯୁବକଙ୍କ ମୃତ ଦେହ ଏକ ପୋଖରୀରେ ଭାସୁଥିବାର ଦେଖିବାକୁ ମିଳିଛି । କଟକ ସାଲେପୁର ବାଲିସାହି ରାଘବ ପୁର ଗାଁର ଦିପୁନା ସାମଲ । ଗତ ୩ ଦିନ ତଳେ ଘରୁ କୁଆଡେ ନିଖୋଜ ହୋଇ ଯାଇଥିଲେ । ଏହି ସଂପର୍କରେ ଦିପୁନାଙ୍କ ବାପା ଥାନାରେ ପୁଅ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ । ମାତ୍ର ଆଜି ସେଇ ଗ୍ରାମର ଏକ ପୋଖରୀରୁ ଦିପୁନାଙ୍କ ମୃତ ଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଦିପୁନାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published.