ସହରରୁ ପୁଣି ଠାବ ହେଲା ସେକ୍ସ ରାକେଟ,୨ ଦେହଜୀବୀଙ୍କ ସମେତ ୩ ପୁରୁଷ ଅଟକ

କଟକ, (ନାଗରାଜ ନ୍ୟୁଜ): ସହରରୁ ପୁଣି ଠାବ ହେଲା ସେକ୍ସ ରାକେଟ । ୨ ଦେହଜୀବୀଙ୍କ ସମେତ ୩ ପୁରୁଷ ଅଟକ । ୩ ଅଟକ ପୁରୁଷଙ୍କ ମଧ୍ୟରୁ ଜଣେ ମ୍ୟାନେଜର ଥିବା ଜଣାପଡିଛି । ମର୍କତନଗର ଥାନା ପଛ ପଟେ ଥିବା ଏକ ହୋଟେଲରେ ଚାଲିଥିଲା ରାକେଟ । ସୂଚନା ଅନୁଯାୟୀ, କଟକ ସିଡିଏ ଅଞ୍ଚଳରେ ସେକ୍ସ ରାକେଟ ଉପରେ ଚଢାଉ କରିଛି ପୋଲିସ । ଓୟୋ ହୋଟେଲରେ ଚାଲୁଥିଲା ଦେହ ବେପାର । ଗ୍ରାହକ ଓ ଦେହଜୀବୀଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଛି ପୋଲିସ । କିଛି ଦିନ ହେବ ଏହି ଅଞ୍ଚଳରେ ଓୟୋ ହୋଟେଲରେ ଯୁବତୀ ରହୁଥିଲେ । ସେଠାକୁ ବିଭିନ୍ନ ସ୍ଥାନରୁ ଯୁବକମାନେ ଆସୁଥିଲେ । ସବୁ କିଛି ଫୋନରେ ସେଟିଂ ହେଉଥିଲା । ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published.