ଆଠଗଡ ସିଏମସ ସଂସ୍ଥାର ଲୁଟ ଘଟଣାରେ ଆଉ ୩ ଗିରଫ

କଟକ, (ନାଗରାଜ ନ୍ୟୁଜ): କଟକ ଆଠଗଡରୁ ସିଏମସ ସଂସ୍ଥାର ଟଙ୍କା ଲୁଟ ଘଟଣାରେ ତଦନ୍ତ କରି ଆଉ ତିନିଜଣକୁ ଗିରଫ କରିଛି ପୁଲିସ । ଭୂବନେଶ୍ୱର ନନ୍ଦନବିହାରରେ ଥିବା ଏକ ଘରୋଇ ହୋଟେଲରେ ଏହି ଲୁଟର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଏହି ଲୁଟେରା । ପ୍ରଥମେ ଗିରଫ ହୋଇଥିବା ୩ ଜଣଙ୍କ ଲିଙ୍କ ଆଧାରରେ ଏହି ୩ଜଣକୁ ଗିରଫ କରି ସେମାନଙ୍କ ଠାରୁ ୩ଟି ମୋବାଇଲ, ଗୋଟିଏ କାର ଓ ଗୋଟିଏ ବାଇକ ଜବତ କରିଛି ପୁଲିସ । ଗିରଫ ହୋଇଥିବା ୨ଜଣ ବୌଦ୍ଧ ଅଞ୍ଚଳର ହୋଇଥିବା ବେଳେ ଭୂବନେଶ୍ୱର ଅଞ୍ଚଳର ସେହି ହୋଟେଲ ମାଲିକ ଥିବା ଜଣାପଡିଛି । ଲୁଟ ଘଟଣା ଦିନ ୬ଜଣରୁ ଅଧିକ ଥିବା ଏହି ଗ୍ୟାଙ୍ଗ୍ ୩ଟି ଟିମରେ ବିଭକ୍ତ ହୋଇ ଲୁଟ କରିଥିଲେ ।

ଦୁଇଟି କାର ଓ ଗୋଟିଏ ବାଇକକୁ ବ୍ୟବହାର କରି ଏହି ଲୁଟ କରିଥିଲେ ଲୁଟେରା । ପ୍ରଥମେ ଲୁଟରେ ବ୍ୟବହୃତ କାରଟି ସେପ୍ଟେମ୍ବର ୨୪ ତାରିଖରେ ଲୁଟ ହୋଇଥିଲା । ଏହି ଲୁଟେରା ମାନେ ଅନେକ ଅପରାଧିକ ମାମଲାରେ ସଂପୃକ୍ତି ଥିବା ସହ କିଛି ଅପରାଧୀଙ୍କୁ ଏନକାଉଣ୍ଟର କରିଥିବା ପୋଲିସ କହିଛି । ଏମାନେ ବ୍ୟାଙ୍କ ଓ ଏଟିଏମ୍ ଗାଡି ଭଳି ବଡ ବଡ ଲୁଟ କରିବା ପାଇଁ ଯୋଜନା ଚଳାଉଥିବା ଆଠଗଡ ଥାନା ଅଧିକାରୀ ଶୁଭ୍ରାଶୁଂ ପରିଡା ସୂଚନା ଦେଇଛନ୍ତି ।

Leave a Reply

Your email address will not be published.