ବାଘ ନଖ ଓ ହାତୀ ଦାନ୍ତ ଜବତ, ୪ ଗିରଫ

ନୂଆପଡ଼ା, (ନାଗରାଜ ନ୍ୟୁଜ): ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ତରଫରୁ ବାଘ ନଖ ଓ ହାତୀ ଦାନ୍ତ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସିନାପାଲି ବନବିଭାଗ । ଅଭିଯୁକ୍ତମାନେ ହେଲେ ସିନାପାଲି ବ୍ଲକ ସଦର ଗ୍ରାମର ଧନେଶ୍ଵର ମେହେର, ଗଣ୍ତାବାହାଲି ଗ୍ରାମର ମନୋଜ ମେହେର, ନୂଆଖାଉ ବାଗ ଓ ଚିତ୍ରସେନ ବାଗ ଥିବା ଜଣାପଡିଛି । କୌଣସି ସୁତ୍ରରୁ ଖବର ପାଇଁ ସିନାପାଲି ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ୨ ଜଣ ବ୍ୟକ୍ତିଙ୍କୁ କାବୁ କରି ଗିରଫ କରିବା ସହ ତାଙ୍କ ଠାରୁ ବାଘ ନଖ ଜବତ କରାଯାଇଛି । ଉକ୍ତ ଅଭିଯୁକ୍ତମାନଙ୍କୁ ବନବିଭାଗ ଅଧିକ ପଚରାଉଚରା ଜାରି ରଖିଛି । ମନୋଜ ମେହେରଙ୍କ ମୋବାଇଲରୁ ହାତୀଦାନ୍ତ ଫଟୋ ଥିବା ଜଣା ପଡ଼ିଥିଲା । ପରେ ଏହି ଘଟଣାରେ ଚେର କଳାହାଣ୍ଡି ପର୍ଯ୍ୟନ୍ତ ଲମ୍ୱିଥିବା ଜଣାପଡ଼ିଥିଲା । କଳାହାଣ୍ଡି ଜିଲ୍ଲା ଏମ ରାମପୁର ଅନ୍ତର୍ଗତ ଟୁରଚି ଗ୍ରାମର ୨ଜଣ ବ୍ୟକ୍ତିଙ୍କ ପାଖରେ ହାତୀ ଦାନ୍ତ ଥିବା ସୂଚନା ମିଲିଥିଲା । ଉକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨ଖଣ୍ତ ହାତୀ ଦାନ୍ତ ସହ ୪୧ଗୋଟି ବାଘ ନଖ ଜବତ କରାଯାଇଥିଲା । ଏହି ୨ଖଣ୍ତ ହାତୀ ଦାନ୍ତର ଓଜନ ୪କେଜି ୨ ଶହ ଗ୍ରାମ ବୋଲି ଜଣାପଡିଛି । ଏହି ହାତୀ ଦାନ୍ତ କାରବାରରେ ଲିଙ୍କ ଓଡିଶା ସମେତ ଛତିଶଗଡ ଲମ୍ବିଥିବା ଡ଼ିଏଫଓ ବିବେକ କୁମାର ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.