ଆଜି ହେଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

କଟକ, (ନାଗରାଜ ନ୍ୟୁଜ): ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ହେଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ଭୋଟର ନିଜ ନିଜର ମତଦାନ କରୁଛନ୍ତି । କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୩ନମ୍ବର ଜୋନ ଜିଲ୍ଲାପରିଷଦ ଅନ୍ତର୍ଗତ ୮ଗୋଟି ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଭୋଟର ମାନେ ଆଗ୍ରହର ସହ ସେମାନଙ୍କର ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି । ମାତ୍ର ଆଜି କଟକ ଜିଲ୍ଲାର ୩ଟି ବ୍ଲକ୍ ନିଶ୍ଚିନ୍ତ କୋଇଲି, ବାରଙ୍ଗ ଓ ବଡ଼ମ୍ବା ବ୍ଳକର ୧୩୧୦ଟି ବୁଥରେ ୧୦ଟି ଜିଲ୍ଲା ପରିଷଦ ଆସନ, ୯୫ଟି ସରପଞ୍ଚ, ୯୫ଟି ସମିତି ସଭ୍ୟ ଆସନ ସହିତ ୧୩୧୦ଟି ୱାର୍ଡ ମେମ୍ବର ପଦ ପାଇଁ ସକାଳ ୭ ଟାରୁ ଦିନ ଗୋଟାଏ ଯାଏ ମତଦାନ ଅନୁଷ୍ଠିତ ହେବ । ମୋଟ ୩୫୬୬୯୦ ଭୋଟର ନିଜ ନିଜର ମତଦାନ ସାବ୍ୟସ୍ତ କରିବେ । ଫଳରେ ବିଭିନ୍ନ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସ ମଧ୍ୟରେ ସିଲ୍ ହୋଇଯିବ । ଶୃଙ୍ଖଳିତ ମତଦାନ ଲାଗି ପ୍ରଶାସନ ତରଫରୁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି ।

Leave a Reply

Your email address will not be published.