ଆଜି ସକାଳ ର କିଛି ଖବର

                         ଆଜି ସକାଳର କିଛି ଖବର
ତାରିଖ ୧୭-୦୪-୨୦୨୧/ ଶନିବାର

୧-ଆଇପିଏଲ ୨୦୨୧ : କିଙ୍ଗସ ଇଲେଭେନ ପଞ୍ଜାଵଠୁ ଚେନ୍ନାଇ ସୁପର କିଙ୍ଗସ ୬ ଓ୍ବିକେଟରେ ବିଜୟ ଲାଭ କଲା ।

୨-କେମିତି ଧରାପଡ଼ିଲା ହାଇଦର୍: ଦୀର୍ଘ ୧୨୦ ଘଣ୍ଟା ଅପରେସନର କାହାଣୀ ବଖାଣିଲେ ପୁଲିସ କମିସନର ।

୩-ତେଲେଙ୍ଗାନାରୁ ଓଡ଼ିଶା ଆସିଲା ହାଇଦର : ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ନିଆଗଲା କଟକ ।

୪-ମୁଁ ଅସୁସ୍ଥ ଅଛି… କୋର୍ଟରେ ହାଜର ହୋଇ କହିଲା ହାଇଦର । ୭ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ମିଳିଲା ଅନୁମତି ।

୫-ସ୍ବରେଜ ମ୍ୟାନ୍‌ହୋଲ୍‌ରେ ଫସି ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା, JE ସସ୍‌ପେଣ୍ଡ୍‌ ।

୬-ICSE ୧୦ମ ଓ ISC ଦ୍ୱାଦଶ ପରୀକ୍ଷା ସ୍ଥଗିତ

୭-ଜଣେ ମହିଳାଙ୍କୁ ଭାରତର ପ୍ରଧାନ ବିଚାରପତି ନିଯୁକ୍ତ କରିବାର ସମୟ ଆସିଛି: ସୁପ୍ରିମକୋର୍ଟ ।

୮-ଛତିଶଗଡରେ ପ୍ରତିଦିନ ବଢୁଛି କରୋନା ସଂକ୍ରମଣ । ଛତିଶଗଡ଼ରୁ ରେଳ ଚଳାଚଳ ବନ୍ଦ ଲାଗି କେନ୍ଦ୍ରକୁ ଅନୁରୋଧ କଲା ଓଡ଼ିଶା।

୯-ପଳାତକ ବ୍ୟବସାୟୀ ନିରବ ମୋଦୀଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଅନୁମୋଦନ ଦେଲା ବ୍ରିଟେନ୍‌ .

୧୦-ରେମଡେସିଭିରର ଅଭାବ ବେଳେ କଳାବଜାରୀ ଅଭିଯୋଗ, ୩୦-୪୦ ହଜାରରେ ବିକ୍ରି ହେଉଛି ୫୪୦୦ ଟଙ୍କାର ଇଞ୍ଜେକ୍ସନ୍‌ .

୧୧-ଶନି ଓ ରବିବାର ବନ୍ଦ ରହିବ ଜଗା ଦର୍ଶନ । ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଆସନ୍ତା ୨୪ରୁ ଲାଗୁ ହେବ ନିୟମ ।

୧୨-କୋଭାକସିନ ଟିକା ଉତ୍ପାଦନ ବଢାଇବାକୁ ଭାରତ ବାୟୋଟେକକୁ ୬୫ କୋଟି ଟଙ୍କାର ଆର୍ଥିକ ସହାୟତା ଦେଲେ କେନ୍ଦ୍ର ସରକାର.

୧୩-ସପ୍ତାହାନ୍ତ ଲକଡାଉନ୍‌ରେ ବନ୍ଦ ରହିବ ଟିକାକରଣ ।

୧୪-ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ବନ୍ଦ ।

୧୫-ଅନ୍ତଃରାଜ୍ୟ ବସ୍‌ ସେବା ବାତିଲ କଲେ ସରକାର; ରାଜ୍ୟ ଭିତରେ ବସ୍‌ ସେବା ଜାରି ରହିବ: ପରିବହନ ମନ୍ତ୍ରୀ ।

୧୬-ନାଲ୍‌କୋ ପାଇଲା ଉତ୍କଳ-ଇ କୋଇଲା ବ୍ଲକ୍‌ ଖଣି ଳିଜ.

Leave a Reply

Your email address will not be published.