ପର୍ଯ୍ୟଟନ ଆର୍ଥିକ ବ୍ୟବସ୍ଥାକୁ ମଜବୁତ କରେ

ପୁରୀ,(ନାଗରାଜ ନ୍ୟୁଜ): ପର୍ଯ୍ୟଟନ ଯେ କୌଣସି ଅଞ୍ଚଳର ଆର୍ଥିକ ସ୍ଥିତି କୁ ସହାୟତା କରିବା ସହ ଦେଶର ଜିଡିପି କୁ ମଧ୍ୟ ସମୃଦ୍ଧ କରିଥାଏ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ମତବ୍ୟକ୍ତ କରିଛନ୍ତି।ଆଜି ସଂଧ୍ୟା ପୁରୀ ଗୋଲ୍ଡେନ ସି ବିଚ ଠାରେ ଫେୟାରଭିୟୁ ମିଡିଆ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ୨ ଦିନିଆ ଇଣ୍ଡିଆ ଟ୍ରାଭେଲ ଆଣ୍ଡ ଟୁରିଜିମ୍ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।ଏହାକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଏଭଳି ପ୍ରଦର୍ଶନୀ ପୁରୀ ଭଳି ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ପୀଠ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ।ପର୍ଯ୍ୟଟନ ପାଇଁ କେବଳ ମନୋରଞ୍ଜନ ବା ଖୁସି ପାଇଁ ନୁହେଁ ଜ୍ଞାନ ଆହରଣ, ପରିଭ୍ରମଣ ଓ ନୂତନ ଅଞ୍ଚଳକୁ ଚିହ୍ନିବା ପାଇଁ ଏହା ଏକ ସୁନ୍ଦର ପ୍ରୟାସ।କୋଭିଡ ପାଇଁ ଦୁଇ ବର୍ଷ ପର୍ଯ୍ୟଟନ କ୍ଷେତ୍ର
କ୍ଷତିଗ୍ରସ୍ତ ହୋଇଥିଲା । ଏହାକୁ ସମ୍ମିଳିତ ଭାବେ ପୁଣି ଆରମ୍ଭ କରି ଅର୍ଥନିତୀ କୁ ସୁଦୃଢ କରିବା ପାଇଁ ଏହି ପ୍ରଦର୍ଶନୀ ଉପାଦେୟ ହେବ ବୋଲି ସେ କହିଥିଲେ।ପୁରୀ ହୋଟେଲ ସଂଘର ସଭାପତି ରାମକୃଷ୍ଣ ଦାସମହାପାତ୍ର ପୁରୀ ଭଳି ଏକ ମହାନ କ୍ଷେତ୍ରରେ ପର୍ଯ୍ୟଟକ ଙ୍କୁ ସୂଚନା ଦେବା ପାଇଁ ଏହି ଭଳି ପ୍ରଦର୍ଶନ ଆବଶ୍ୟକତା ଥିଲା।ଖୁବ କମ ସମୟ ମଧ୍ୟରେ ଏଭଳି ପ୍ରଦର୍ଶନୀ ର ଆୟୋଜନ କରିଥିବାରୁ ଆୟୋଜକ ଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ,ଓଡିଶା ମୋ ପରିବାର ର ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ ଫେୟାରଭିୟୁ ମିଡିଆ ପ୍ରାଇଭେଟ ଲିମିଟେଡ଼ ର ନିର୍ଦ୍ଦେଶକ ପ୍ରଦୀପ କରାର, ପର୍ଯ୍ୟଟନ ଆୟୋଜନ କମିଟିର ସଭାପତି ଅଶୋକ କୁମାର ମହାପାତ୍ର, ହୋଟେଲ ସଂଘର ସମ୍ପାଦକ କେଦାର ନାଥ ଖୁଣ୍ଟିଆ ପ୍ରମୁଖ ପ୍ରଦର୍ଶନୀ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ପ୍ରଦର୍ଶନୀ ରେ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ସମ୍ପର୍କରେ ଷ୍ଟଲ ମାନ ଖୋଲା ଯାଇ ପର୍ଯ୍ୟଟନ ର ବିକାଶ ଓ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ଅବଗତ କରାଯାଉଛି।

Leave a Reply

Your email address will not be published.