ବରପାଳ ଫୁଟୁବଲ ଟୁର୍ନାମେଣ୍ଟରେ ଉଦଯାପନୀ ଦିବସ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବରପାଳ ଠାରେ ଗଜାନନ ଫୁଟୁବଲ କ୍ଳବ ଆନୁକୂଲ୍ୟରେ ବରପାଳ ଫୁଟୁବଲ ଟୁର୍ନାମେଣ୍ଟ ରେ 60 ଟି ଆନ୍ତ ଜିଲ୍ଲା ଫୁଟୁବଲ ଟିମ ଭାଗ ନେଇଥିଲେ,ଆଜିର ଫାଇନାଲ ମ୍ୟାଚ ରେ NH55 ନାଲକୋ ଅନଗୁଳ 1/0 ଗୋଲ ରେ ମାରଂବୁରୁ ଜମ୍ବୁ ଢେଙ୍କାନାଳ ଫୁଟୁବଲ ଟିମ କୁ ହରାଇ ଏ ବର୍ଷ ଚମ୍ପିୟାନ ହୋଇଥିଲେ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଢେଙ୍କାନାଳ ସଦର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର,ସନମାନୀତ ଅତିଥି ଷଡ଼ଙ୍ଗୀଗ୍ରାମପଞ୍ଚାୟତ ସରପଞ୍ଚ ସମ୍ବିତ ଓଝା, ପୂର୍ବତନ ସରପଞ୍ଚ ବେଗାଗ୍ରାମପଞ୍ଚାୟତ ପ୍ରଦୀପ କୁମାର ଦାସ,ଦଶମାଣପାଟଣା ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ସୁଧୀର ରଞ୍ଜନ ପ୍ରଧାନ, ଖଙ୍କିର ଗ୍ରାମପଞ୍ଚାୟତ ର ପୂର୍ବତନ ସମିତିସଭ୍ୟ ଦୀପକ କୁମାର ଦାସ ସାମନ୍ତ ସମତେ ବହୁ ମାତୃ ଶକ୍ତି ଏବଂ ଯୁବ ନେତୃତ୍ୱ ଯୋଗଦେଇ ଉଭୟ ଦଳ ଙ୍କୁ ଟ୍ରଫି ପ୍ରଦାନ କରିବା ସହିତ ଖେଳାଳି ଓ ଦର୍ଶକ ମାନଙ୍କୁ ଉତ୍ସାଇତ କରିଥିଲେ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.