କୁତ୍ରା ବ୍ଳକରେ ଦିବଙ୍ଗତ ନେତା ନବକିଶୋର ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ଓ ଶୋକସଭା

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ର କୁତ୍ରା ବ୍ଳକ ପଞ୍ଚାୟତ କଲ୍ୟାଣ ମଣ୍ଡପ ଗୃହ ଠାରେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବକିଶୋର ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ଏବଂ ଶୋକସଭା ଅନୁଷ୍ଠିତ ହୋଇଯାଇଛି। କୁତ୍ରା ବ୍ଳକ ର ପୂର୍ବତନ ବିଜେଡି ସଭାପତି ଶ୍ରୀ ଅର୍ଜ୍ଜୁନ ଜୟପୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ କୁତ୍ରା ବ୍ଳକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସେଠୀ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ର ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ପ୍ରିୟଦର୍ଶିନୀ ଭୋଇ ଯୋଗଦେଇଥିଲେ। ସ୍ବର୍ଗତ ନେତା ଙ୍କ ଅନ୍ତରାତ୍ମା ର ସ୍ଥିତି ନିମନ୍ତେ ପ୍ରଥମେ ନିରବପ୍ରାର୍ଥନା କରି ଶ୍ରୀ ଦାସଙ୍କ ରାଜନୈତିକ ଜୀବନୀ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତୁନମୁରା ସରପଞ୍ଚ ତରଣୀସେନବରିହା, କୁତ୍ରା ( କ) ଜିଲ୍ଲାପରିଷଦ ସଭ୍ୟା ପିଙ୍କିସୂନ୍ୟାନୀ,ଝାରବେଡା ସରପଞ୍ଚ ଭିକ୍ଟୋରିଆ ଜଜୋ,ଖତକୁରବାହାଲ ସରପଞ୍ଚ ଦାଢୀ ଧନଆର,ପୁର୍କାପାଲୀ ସରପଞ୍ଚ ସୁକାନ୍ତି ମାଝୀ ପ୍ରମୁଖ ଯୋଗ ଦେଇ ନବଦାସଙ୍କ ସମ୍ପର୍କରେ ନିଜନିଜ ବକ୍ତବ୍ୟଦେଇ ଥିଲେ। ଏହି ଅବସରରେ ବିଜୁଜନତା ଦଳର ୫୦ରୁ ଉର୍ଦ୍ଧ ଦଳିୟକର୍ମୀ ଉପସ୍ଥିତି ରହି ସୃତିଚାରଣ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଶେଷରେ ବିଜୁଜନତା ଦଳର ବିକିବାଗ୍ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.