ବାରଙ୍ଗ ବ୍ଲକ ୩୨ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଛିଡ଼ା ହୋଇଛନ୍ତି ତୁଷାର କାନ୍ତ ଚକ୍ରବର୍ତ୍ତୀ

ବାରଙ୍ଗ, (ନାଗରାଜ ନ୍ୟୁଜ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ରାଜନୀତି ସରଗରମ ରହିଛି । ନିର୍ବାଚନରେ ସଠିକ୍ ପ୍ରାର୍ଥୀଙ୍କୁ ଜିତାଇଲେ ସେମାନେ ଆଗାମୀ ୫ବର୍ଷ ଯାଏଁ ଆମ କଥା ବୁଝିବେ ବୋଲି ଲୋକଙ୍କ ମନରେ ଆଶା ରହିଛି । ଏହାରି ମଧ୍ୟରେ ବାରଙ୍ଗ ବ୍ଲକ ୩୨ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ତୁଷାର କାନ୍ତ ଚକ୍ରବର୍ତ୍ତୀ ଛିଡ଼ା ହୋଇଛନ୍ତି । ସେ ପୂର୍ବରୁ ଶ୍ରୀବନ୍ତପୁର ପଞ୍ଚାୟତର ସମିତି ସଭ୍ୟ ଭାବେ କାର୍ଯ୍ୟ କରି ଆସିଛନ୍ତି । କରୋନା ହେଉ କିମ୍ବା ଲୋକଙ୍କ ବିପତ୍ତି ସମୟରେ ଘରକୁ ଘର ବୁଲି ସାହାଯ୍ୟ କରିବା ସହିତ ଗରିବ ଲୋକଙ୍କ ମନ କଥା ବୁଝିଛନ୍ତି । ଏଥିପାଇଁ ସେ ବାରଙ୍ଗ ବ୍ଲକ ୩୨ ନମ୍ବର ଜୋନର ନେତୃତ୍ୱ ନେଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published.