ଦୁଇ ଦିନରେ ୧୨ଟି ଘର ଭାଙ୍ଗିଲେ ଜଙ୍ଗଲି ହାତୀପଲ

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନଖଣ୍ଡ ଅନ୍ତର୍ଗତ ମାଲଦା ପଞ୍ଚାୟତର ମୁଟୁକୁଦର ଗାଁରେ ଜଙ୍ଗଲି ହାତୀପଲଙ୍କ ଉପଦ୍ରବରେ ଗ୍ରାମବାସୀ ଅତିଷ୍ଠ ହୋଇ ପଡିଛନ୍ତି । ଏହିସମୟରେ ବନ ବିଭାଗ ନିରବ ଦ୍ରଷ୍ଟା ସାଜିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ମୁଟୁକୁଦର ଗାଁରେ ଗତ ଦୁଇ ଦିନ ପୂର୍ବରୁ ପାଞ୍ଚଟି ପରିବାରର ଘର ହାତୀପଲ ଛାରଖାର କରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୁନଶ୍ଚ ପୂର୍ବ ଘର ସମେତ ଆଉ ୭ ଟି ଘର ଭାଙ୍ଗି ଦେଇଛନ୍ତି ହାତୀପଲ ।

ହାତୀପଲ ଗ୍ରାମର ବୁଧୁରାମ ମୁଣ୍ଡା, ସୁକୁମରା ମୁଣ୍ଡା, ଶ୍ରୀରାମ ମୁଣ୍ଡା, ମଙ୍ଗଲ ମୁଣ୍ଡା, ରୟା ଓ ପାରାଉ ମୁଣ୍ଡାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଛାରଖାର କରିଥିବା ବେଳେ ଘରେ ଥିବା ଚାଉଳ ଧାନ ଖାଇବା ସହିତ ବିଭିନ୍ନ ଆସବାପତ୍ର ନଷ୍ଟ କରିଛନ୍ତି ହାତିପଲ । ତେବେ ଘର ଭଙ୍ଗା ସହ ନଷ୍ଟ ହୋଇଥିବା ଧାନ ଚାଉଳ ଓ ଆସବାପତ୍ରର ଆକଳନ କରି ନାହାଁନ୍ତି ବନ କର୍ମଚାରୀ । ତେବେ ଏହି ଗରୀବ ପରିବାର ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।

Leave a Reply

Your email address will not be published.