ରାଜ୍ୟର ୨୧ଟି ପୀଡିତ ପରିବାର ଶ୍ରୀମନ୍ଦିରରେ କଲେ ଦୀପଦାନ

ପୁରୀ, (ନାଗରାଜ ନ୍ୟୁଜ): ପୁରୀରେ ରାଜ୍ୟର ୨୧ଟି ପୀଡିତ ପରିବାର । ଗୁଣ୍ଡିଚା ମନ୍ଦିରଠାରୁ ସିଂହଦ୍ୱାର ପର୍ୟ୍ୟନ୍ତ ଏହି ସମସ୍ତ ପରିବାର ଶୋଭାଯାତ୍ରା କରିବା ସହ ନ୍ୟାୟ ପ୍ରଦାନ ପାଇଁ ମହାପ୍ରଭୁଙ୍କ ନିକଟରେ ଦୀପଦାନ କରିଛନ୍ତି । ନୟାଗଡ଼ର କୁନିଝିଅ ପରି ଅପହରଣ ଓ ହତ୍ୟାକାଣ୍ଡ ଘଟଣା,ମାହାଙ୍ଗାର ବିକାଶ ଜେନା ହତ୍ୟାକାଣ୍ଡ, ଯାଜପୁର ବିଂଝାରପୁରର କୁନି ଝିଅ ପିହୁ ନିଖୋଜ ଘଟଣା,ମାନବପ୍ରେମୀ ଆଦିତ୍ୟ ଦାଶ ହତ୍ୟାକାଣ୍ଡ, କେନ୍ଦ୍ରାପଡାର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟାକାଣ୍ଡ ଆଦି ରାଜ୍ୟର ଚର୍ଚ୍ଚିତ ୨୧ଟି ଘଟଣାର ପିଡୀତଙ୍କ ପରିବାର ଆଜି ଶ୍ରୀକ୍ଷେତ୍ରରେ ଏକତ୍ରିତ ହୋଇଥିଲେ।ପୂର୍ବରୁ ଏ ସମସ୍ତ ପରିବାର ମାମଲାର ସିବିଆଇ ତଦନ୍ତ ପାଇଁ ଦାବୀ କରିଥିଲେ।କିନ୍ତୁ ରାଜ୍ୟ ସରକାର ତଦନ୍ତ ସିବିଆଇ କୁ ନଦେଇ ପୋଲିସ , କ୍ରାଇମବ୍ରାଞ୍ଚ ଦ୍ୱାରା କରାଇଲେ । କିନ୍ତୁ ଦିର୍ଘ ସମୟ ବିତିଯାଇଥିଲେ ମଧ୍ୟ କୌଣସି ନ୍ୟାୟ ପୋଲିସ ଅଥବା କ୍ରାଇମବ୍ରାଞ୍ଚ ଠାରୁ ମିଳିନାହିଁ ବୋଲି ପୀଡିତ ଙ୍କ ପରିବାର ଅଭିଯୋଗ କରିଛନ୍ତି । ଏ ସମସ୍ତ ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ପୀଡିତ ।

ତୁରନ୍ତ ରାଜ୍ୟ ସରକାର ସିବିଆଇ ତଦନ୍ତ କରାଇ ନ୍ୟାୟ ନ ଦେଲେ ସମସ୍ତେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଭାରତୀୟ ବିକାଶ ପରିଷଦ ଅଭିଯୋଗ କରିଚି ଏହି ସବୁ ଘଟଣା ରେ ରାଜ୍ୟ ସରକାର ମନ୍ତ୍ରୀ , ତୁଙ୍ଗ ନେତା ଜଡିତ ଥିବା ରୁ ରାଜ୍ୟ ସରକାର ଉପଯୁକ୍ତ ତଦନ୍ତ କରୁନାହାନ୍ତି। ତେବେ ସିବିଆଇ ତଦନ୍ତ ନ ହେଲେ ପୀଡିତ ପରିବାର ମାନେ ରାଷ୍ଟ୍ରପତି ଙ୍କ କାର୍ୟ୍ୟଳୟ , ସୁପ୍ରିମକୋର୍ଟ ଙ୍କ ମୁଖ୍ୟ ବିଚାରପତି ଙ୍କ କାର୍ୟ୍ୟଳୟ ଆଗରେ ଧାରଣା ଦେବେ ବୋଲି ସଂଗଠନ ଚେତାବନୀ ଦେଇଛି ।

Leave a Reply

Your email address will not be published.