ପୁରୀରେ ୨ଜଣ ବ୍ରାଉନସୁଗାର ବେପାରୀ ଗିରଫ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲାକୁ ବ୍ରାଉନସୁଗାର ଯୋଗାଣ କରୁଥିବା ଦୁଇ ଜଣ ବେପାରୀଙ୍କୁ ପୁରୀ ଏସଟିଏଫ ଟିମ ଗିରଫ କରିଛି । ସେମାନଙ୍କ ନିକଟରୁ ଦଶ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି । ଆରକ୍ଷୀ ଅଧିକ୍ଷକ ମିହିର ପଣ୍ଡାଙ୍କ ନେତୃତ୍ୱ ରେ ଚାଲିଥିବା ଏହି ଏସଟିଏଫଟିମ ପରିଚାଳନା କରୁଥିବା ଡିଏସପି ଜନାର୍ଦନ ପାଢ଼ୀଙ୍କ ନେତୃତରେ ତାଳବଣିଆ ଥାନା ଆଇଆଇସି ସୁଜାତା ବେହେରା ବାସେଳୀ ସାହି ଥାନା ଆଇଆଇସି ବିଚିତ୍ରାନନ୍ଦ ସେଠି ହୁଲୁ ହୁଲିଆ ପୋଲୋ ନିକଟରେ ଆଜି ବାଲେଶ୍ୱର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ର କମଳ କିଶୋର ପଣ୍ଡା ଓ ପୁରୀ ଗୋପ ଥାନା କୁସୁପୁର ଦାସ ସାହିର ସମ୍ପଦ କୁମାର ଦାସକୁ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ପୋଲିସ ୧୦୦ଗ୍ରାମ ଓଜନର ବ୍ରାଉନ ସୁଗାର, ଏକ ହଜାର ଟଙ୍କା ଓ ୩ଟି ମୋବାଇଲ ଫୋନ ଜବତ କରିଛି ।

Leave a Reply

Your email address will not be published.