ନଦୀରେ ବୁଡି ୨ ନିଖୋଜ ଜଣେ ଉଦ୍ଧାର

ବାରଙ୍ଗ : ନଦୀରେ ବୁଡି ୨ ନିଖୋଜ ଜଣେ ଉଦ୍ଧାର । ସୂଚନା ଅନୁଯାୟୀ ମୁଣ୍ଡ ମୁହାଣ କାଠଯୋଡି ନଦୀକୁ ଗାଧୋଇବାକୁ ଆସି ନଦୀରେ ବୁଡିଯାଇଥିଲେ । ଚାରି ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଗ୍ରାମବାସୀ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଅନ୍ୟ ୨ ଜଣଙ୍କ ମଧ୍ୟରୁ ଅଗ୍ନିଶମ ବିଭାଗ ମୃତ ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ମୃତକଙ୍କ ନାମ ପ୍ରଭାତ ଚୌଧୁରୀ ମହାରାଜା ବୋଲି ଜଣା ପଡିଛି । ଅନ୍ୟଜଣେ ସାଧୁ ଖାଁ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, କଟକରେ ଥିବା ଏକ ପାଉଁରୁଟି କମ୍ପାନୀରେ କାମ କରୁଥିବା ୬ ଜଣ ପିଲା ନଦୀକୁ ଗାଧୋଇବା ପାଇଁ ଆସିଥିଲେ । ଚାରି ଜଣ ନଦୀକୁ ଓହ୍ଲାଇଥିବା ବେଳେ ଅନ୍ୟ ୨ ଜଣ ନଦୀର ଉପରମୁଣ୍ଡରେ ରହିଥିଲେ । ହେଲେ ସେମାନଙ୍କ ମଧ୍ୟରୁ ୨ ଜଣ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବା ବେଳେ ଅନ୍ୟ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ । ସମସ୍ତଙ୍କିର ଘର ଭଞ୍ଜନଗର ବୋଲି ଜଣାପଡିଛି ।

Leave a Reply

Your email address will not be published.