ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣ ମୃତ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ସୋର-ଆଗରପଡ଼ା ରାସ୍ତାର କୁପାରୀ ଶୁନ୍ୟମଣ୍ଡପ ନିକଟରେ ସ୍କୁଟିକୁ ଧକ୍କା ଦେଲା ସ୍କର୍ପିଓ,ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି,ଡାକ୍ତର ତାଙ୍କୁ କଟକ ମେଡିକାଲ କୁ ରେଫର କରିଥିଲେ,ହେଲେ ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା, ମୃତ ବ୍ୟକ୍ତି ଜଣକ ବାଉଁଶ ଗଢିଆ ପଞ୍ଚାୟତ ବରପଦା ଗାଁର ପୂର୍ବତନ ଶିକ୍ଷକ ଗଣେଷ ରାଉତ ଏବଂ ଅନ୍ୟଜଣେ ସେହି ଗାଁର ରବୀନ୍ଦ୍ର ବେହେରା।ସେ ଦୁଇଜଣ ଏକ ସ୍କୁଟି ଯୋଗେ ବର୍ତ୍ତନାରୁ କୁପାରୀ ଅଭିମୁଖେ ଯାଉଥିବାବେଳେ ଶୁନ୍ୟମଣ୍ଡପ ଛକ ନିକଟରେ ବିପରୀତ ଦିଗରୁ ଏକ ସ୍କର୍ପିଓ ସେମାନଙ୍କୁ ଧକ୍କା ଦେଇଥିଲା।ଫଳରେ ଘଟଣା ସ୍ଥଳରେ ଗଣେଷ ରାଉତଙ୍କ ମୃତ୍ୟୁ ହୋଇଥିବା ବେଳେ ରବୀନ୍ଦ୍ର ବେହେରା ଗୁରୁତର ହୋଇଥିଲେ।ତାଙ୍କୁ ସ୍ଥାନୀୟ ଲୋକେ ଖଇରା ମେଡିକାଲରେ ଭର୍ତ୍ତି କରିଥିବାବେଳେ ସ୍କର୍ପିଓ ଚାଳକ ଫେରାର ହୋଇଯାଇଥିଲେ।ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.