ଶିକ୍ଷକ ଓ ଦାଦାଙ୍କ ଅତ୍ୟାଚାର ସହି ନପାରି ଛାତ୍ରର ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଶିକ୍ଷକ ଓ ଦାଦାଙ୍କ ଅତ୍ୟାଚାର ସହିନପାରି ଛାତ୍ରର ଆତ୍ମହତ୍ୟା ଉଦ୍ୟମ । ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଉକ୍ତ ବ୍ଲକ ଅଧିନସ୍ତ କନ୍ଦରା ଆଦର୍ଶ ବିଦ୍ୟାଳୟ ଛାତ୍ର ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କରାଯାଇଛି । କନ୍ଦରା ଆଦର୍ଶ ସ୍କୁଲରେ ପଢୁଥିବା ଷଷ୍ଟ ଶ୍ରେଣୀର ଛାତ୍ର ଦୀପକ ଗୋଛାୟତ । ନିଜ ଗ୍ରାମ ନେମାଳରୁ ଆସି ତାର ଦାଦାଙ୍କ ଘରେ ରହି ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିଲା । ଆଜି ସ୍କୁଲକୁ ପାଠ ପଢ଼ିବାକୁ ଯାଇ ଫେରିବା ବାଟରେ ରମିୟାଲ ନଦୀ ପୋଲ ଉପରୁ ଡେଇଁ ପଡ଼ିଥିଲା । ପରେ ସ୍ଥାନୀୟ ଲୋକମାନେ ବାଳକକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ । ପିଲାଟି ବାରମ୍ବାର ଦାଦା ଓ ସ୍କୁଲ ଶିକ୍ଷକଙ୍କ ଅତ୍ୟାଚାର ସହି ନପାରି ଆତ୍ମହତ୍ୟା ଉଦ୍ୟମ କରିଥିବା ସେ ପ୍ରକାଶ କରିଛି । ତେବେ ଘଟଣାର ସତ୍ୟାସତ୍ୟ ପୋଲିସ ତଦନ୍ତ କରୁଥିବାବେଳେ, ସରକାର ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ସୁବିଧା ନଥିବାରୁ ଏପରି ସମସ୍ୟା ଘଟୁଛି ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଥିଲେ ।

Leave a Reply

Your email address will not be published.